ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭ ବର୍ଷର ପୁଅ ପାଇଁ ଯୁବକଙ୍କୁ ଅପହରଣ, ୪ ଗିରଫ

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ବରୁଣିପଲା ଗାଁର ଜଣେ ଯୁବକଙ୍କୁ ୪ଜଣ ଯୁବକ ତାଙ୍କ ଘର ନିକଟରୁ ଉଠାଇ ନେଇଥିଲେ । ସେମାନେ ଯୁବକଙ୍କ ହାତକୁ ବାନ୍ଧି ଅଜ୍ଞାତ ସ୍ଥାନରେ ରଖିଥିଲେ । ପୁଲିସ ଖବର ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରି ଯୁବକଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ୭ ବର୍ଷର ପୁଅକୁ ନିଜ ପାଖକୁ ନେବା ପାଇଁ ତାର ବାପା ଏପରି ଅପହରଣ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଏସଡିପିଓ ସଂଧ୍ୟାରାଣୀ ବେହୁରିଆ ରାଜନଗର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବରୁଣିପଲ୍ଲା ଗାଁର ରଶ୍ମୀତା ପ୍ରଧାନ ଗତକାଲି ସଂଧ୍ୟାରେ ରାଜନଗର ଥାନାରେ ତାଙ୍କ ସ୍ୱାମୀ ଦୀପକ ପ୍ରଧାନଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପୂର୍ବ ଶତୃତାକୁ ନେଇ ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଏହି ଅପହରଣ ହୋଇଥିବା ସେ କହିଥିଲେ । ଅଭିଯୋଗ ପାଇବା ପରେ ଏ ନେଇ ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଜଣାଇଥିଲେ । ଏକ ଟିମ ଗଠନ କରି ଚଢାଉ କରାଯାଇ ମହାକାଳପଡା କେୟାରବାଙ୍କ ମଠ ନିକଟ ନଦୀ ପଠାରୁ ଦୀପକଙ୍କୁ ଉଦ୍ଧାର କରିଛି ପୁଲିସ । ଦୀପକଙ୍କ ହାତକୁ ଗାମୁଛାରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନଦୀ ପଠାରୁ ୨ଟି ମୋଟର ସାଇକେଲ ଜବତ କରାଯାଇଥିବା ସହ ସେଠାରେ ଥିବା ସୁଧାଂଶୁ ସ୍ୱାଇଁ, ସରୋଜକାନ୍ତ ସ୍ୱାଇଁ, ସୁବାଷ ସ୍ୱାଇଁ ପ୍ରମୁଖ ୩ ଭାଇଙ୍କ ସହ କୁମ୍ଭାରପଡାର ଶଙ୍କର୍ଷଣ ରାଉତଙ୍କୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ରାଜନଗର ଥାନାରେ କେସ ନଂ ୨୬୬ ଦଫା ୨୯୪, ୩୨୩, ୩୬୪ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.