ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୩-୦୫-୨୦୨୧ )

ମେଷ: ଚାକିରିରେ ଧନସମ୍ମାନ ପାଇବେ | ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

ବୃଷ: ଆୟଠାରୁ ବ୍ୟୟ ଅଧିକ ହେବ | ଚାକିରିରେ ଅବହେଳା ଦେଖା ଦେବ । ମହିଳାମାନେ ଆଳସ୍ୟପରାୟଣା ହେବେ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମିଥୁନ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ ଚାକିରିରେ ଶତ୍ରୁବୃଦ୍ଧି ହେବ। ମହିଳାମାନେ ହତାଦର ହେବେ । ଶିଳ୍ପ ଓ ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର

କର୍କଟ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ଚାକିରିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:ଉଚ୍ଚ ଆଶା ନେଇ ଆଗେଇବେ | ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ମହିଳାମାନେ ଅପଯଶ ପାଇବେ । ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ । ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା:ଦେହ ଓ ମନ ଭଲ ରହିବ। ଅତିଥ୍‌ଙ୍କ ଆଗମନ ହୋଇପାରେ। ଚାକିରିରେ ପ୍ରଶଂସା ମିଳିବ। ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା:ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ଆର୍ଥିକ ଦୂରାବସ୍ଥା ଦୂର ହେବ। ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ: କର୍ମକ୍ଷେତ୍ର ଅନିଶ୍ଚିତତା ଭିତରେ ଗତି କରିବ। ସାଂସାରିକ ଭୁଲ୍ ବୁଝାମଣା ରହିବ | ରାଜନୀତିରେ ବିବାଦୀୟ ସ୍ଥିତି ଉପୁଜିବ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ମକର: ଏକ ସଙ୍ଗେ ଧନସମ୍ମାନ ପାଇବେ। ପଡୋଶୀଙ୍କ ସହଯୋଗ ପାଇବେ । ଚାକିରି ବ୍ୟସ୍ତ ଭିତରେ କଟିବ | ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ: ବିଭିନ୍ନ କ୍ଷେତ୍ରରୁ ସହାନୁଭୂତି ମିଳିବ । ମହିଳାମାନେ ପରିଶ୍ରମୀ ହେବେ । ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ବାଣିଜ୍ୟରେ ମଧ୍ୟମ ଫଳ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ: ଅର୍ଥଲାଭ ଯୋଗ ରହିଛି। ପ୍ରଶାସନିକ ପ୍ରଭାବଶାଳୀ ରହିବ। ମହିଳାମାନେ ଆର୍ଥିକ ସହାୟତା ପାଇବେ | ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

Leave A Reply

Your email address will not be published.