ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ପାଇଁ ବଡ଼ଭାଇର ଜୀବନ ନେଇଗଲା ସାନ ଭାଇ

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ।

ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । ଏବଂ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହକୁ ବିରୋଧ କରିଥିଲେ ସାମାଙ୍କ ବଡ଼ ଭାଇ ପାତ୍ରାସ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସାମା ଓ ବିର୍କାନ ମିଶି ପାତ୍ରାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫୋରେନସିକ୍ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

Leave A Reply

Your email address will not be published.