ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଞ୍ଚଲ୍ୟ; ପୋଖରୀରେ ଭାସୁଛି ଯୁବକଙ୍କ ମୃତ ଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ା ନିକଟରେ ଥିବା ଏକ ପୋଖରୀରୁ ଉଦ୍ଧାର କରାଯାଇଛି ଜଣେ ଯୁବକଙ୍କ ମୃତଦେହ । ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବାବେଳେ କିଛି ଲୋକ ଏହାକୁ ଦେଖିଥିଲେ । ପରେ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପୋଖରିରୁ ମିଳି ଥିବା ମୃତ ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାଁ ମନିଷ ଅନୁରାଗ। ମୃତ ଯୁବକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ଏ ନେଇ ଆଜି ସକାଳେ ଇନ୍ଫୋସିଟି ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଏକ ଟିମ ଗଠନ ହୋଇଥିବା ନେଇ ଡିସିପି ଉମାସଙ୍କର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.