ଚାହା ପିଇବାବେଳେ ଯୁବକଙ୍କୁ ପଛପଟୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଦୋକାନରେ ଚାହା ପିଇବାବେଳେ ଯୁବକଙ୍କୁ ଛୁରାମାଡ଼ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଏମଡି ଆକବର୍ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳେ ସାଙ୍ଗଙ୍କ ସହ ବସି ଦୋକାନରେ ଚାହା ପିଉଥିବାବେଳେ ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଆକବରଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ବାମପଟ ପେଟରେ ଆଘାତ ଲାଗିଛି। ତେବେ ଆକବରଙ୍କୁ କାହିଁକି ଦୁର୍ବୃତ୍ତମାନେ ଛୁରାମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ।