ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା, ବିଚ ରାସ୍ତାରେ ଯୁବକଙ୍କୁ ଛୁରା ମାଡ଼ କରି ହତ୍ୟା

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା। ବିଚ୍‌ ରାସ୍ତରେେ ଯୁବକଙ୍କୁ ଛୁରାମାଡ କରି ହତ୍ୟା। ରାଜଧାନୀ ଭୁବନେଶ୍ବର ପ୍ରେସ ଛକ ନିକଟରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପ୍ରେସ ଛକ ନିକଟରେ ଦୁଇ ଜଣଙ୍କୁ ଦୁର୍ବୁତ୍ତ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇଁ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ ଘଟଣା ସମ୍ପକରେ ପାରମ୍ଭିକ ସୁଚନା ଦେଇ କହିଛି କେକ ଖାଇବକୁ ନେଇ ହତ୍ୟାକାଣ୍ଡ ଘଟିଛି।  ମୃତକ ଜଣଙ୍କ ଗାଢକଣର ଚିଣ୍ଟୁ ବୋଲି ପୁଲିସ କହିଛି। ତେବେ  ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଂଚଳର ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.