ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରାଘାତରେ ଯୁବକ ମୃତ

ଲଙ୍ଗଳେଶ୍ବର: ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭିରାଇ ଗ୍ରାମରେ ଆଜି ଅପରାହ୍ନ ରେ ବଜ୍ରପାତ ଘଟି ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଗ୍ରାମର ବିଜୟ ବରଙ୍କ ପୂତ୍ର ଦୟାନିଧି ବର (୨୩) ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହେବାରୁ ସେ ସଜ୍ଞାହୀନ ହୋଇ ତଳେ ପଡି ଯାଇ ଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୟାନିଧି ଜଣେ ଅତ୍ଯନ୍ତ ଗରୀବଶ୍ରେଣୀର ହୋଇଥିବା ବେଳେ ନିଜର ଜମିବାଡି କିଛି ନଥିବାରୁ ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ହୋଇଥିବା ବେଳେ ଗତ ୪ ମାସ ପୂର୍ବରୁ ବିବାହ କରିଥିଲେ , ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜମ୍ଭିରାଇ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ନାୟକ , ସମାଜସେବୀ କାର୍ତ୍ତିକ ନାୟକ , ୱାର୍ଡ ସଭ୍ଯ ଜଗନ୍ନାଥ ବିଶ୍ବାଳ , ମହନ୍ଦ୍ର ବିଶ୍ବାଳ , ମୂରଲୀଧର ଦାସ ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.