ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡକୁ ଗୁଳି କରିବା ପରେ ବେକ କାଟିଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ଦୁଇଜଣ ଦୁର୍ବୃତ୍ତ । ପ୍ରଥମେ ଅତି ନିକଟରୁ ମୁଣ୍ଡକୁ ଗୁଳି କଲେ ଏବଂ ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ । ମୃତ ଯୁବକ ଜଣଙ୍କ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଅଂଚଳର ବିନୋଦ ବିହାରୀ ଦାସ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବିନୋଦ ବିହାରୀ ଦାସ ବାଇକରେ ରାସ୍ତାରେ ଯାଉଥିବା ସମୟରେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିଥିଲେ । ସେ ତଳେ ପଡ଼ିଯିବା ପରେ ଭୂଜାଲିରେ ବେକକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଯୁବକଙ୍କ ମୁଣ୍ଡର ଡାହାଣ ପାଶ୍ୱର୍କୁ ଗୁଳି ମାରିବା ସହ ଭୁଜାଲିରେ ବେକକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ବିନୋଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାରୁ ବିନୋଦଙ୍କୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ରହିଛି ସେ ନେଇ ପୋଲିସ ଆରମ୍ଭ କରିଛି ତନାଘନା ।

Leave A Reply

Your email address will not be published.