ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ନ ମିଳିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଉତ୍ତର ପ୍ରଦେଶ: ଶୋକରେ ପରିଣତ ହେଲା ବିବାହର ଖୁସି । ରସଗୋଲା ନ ମିଳିବାରୁ ବିବାହ ଭୋଜିରେ ଘଟିଲା ତୁମୁଳ କାଣ୍ଡ । ରସଗୋଲାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଘଟିଲା ଭୟାନକ ମାରପିଟ । ମାରପିଟ ଭିତରେ କେହିଜଣେ ଛୁରୀରେ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଦେଲା । ମେଡିକାଲ ନେବାପରେ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜାଖୋଜି କରୁଛି। ଏଭଳି ଅଘଟଣ ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ ।

ସୂଚନା ଅନୁସାରେ, ଏଠାରେ ରହୁଥିବା ଉସ୍‌ମାନ ନାମକ ବ୍ୟକ୍ତିଙ୍କର ଦୁଇ ଝିଅ ଜୈନବ ଓ ଶାଜିୟାଙ୍କ ବିବାହ ଉକ୍ତ ଅଞ୍ଚଳର ଓ୍ଵାକର ନାମକ ବ୍ୟକ୍ତିଙ୍କର ଦୁଇ ପୁଅ ଜାଭେଦ ଓ ରଶିଦଙ୍କ ସହିତ ହେବାର ଥିଲା। ବିବାହ ଦିନ ଦୁଇ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲେ। କିନ୍ତୁ କନ୍ୟାଘରେ ବିବାହ ଭୋଜିରେ ଖାଇବାବେଳେ ରସଗୋଲାକୁ ନେଇ ବରପକ୍ଷ ବିବାଦ ଆରମ୍ଭ କରିଥିଲେ। ବିବାହ ରୀତି ଆରମ୍ଭ ହେବା ପୂର୍ବରୁ ଭୋଜି ସମୟରେ ବରଯାତ୍ରୀମାନେ ରସଗୋଲା ଦାବି କରିଥିଲେ। କିନ୍ତୁ ରସଗୋଲା ନ ଥିବାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମାରପିଟ ଆରମ୍ଭ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟର କଥା, ମାରପିଟ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଉଭୟ ପକ୍ଷର ଲୋକେ ପରସ୍ପରକୁ ଛୁରୀରେ ଆକ୍ରମଣ କରିବାକୁ ଲାଗିଥିଲେ। ବିବାହ ସ୍ଥଳ ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା।

ବରଯାତ୍ରୀଙ୍କ ମଧ୍ୟରେ ମାରପିଟ ସମୟରେ ବାକି ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହାରି ଭିତରେ କେହି ଜଣେ ୨୦ ବର୍ଷୀୟ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ନାଁ ସନି ବୋଲି ଜଣାପଡ଼ିଛି। ଏଥିସହ ଏହି ଘଟଣାରେ ୬ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.