ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବି ବଞ୍ଚିଛି ମାନବିକତା; ୫ ଲକ୍ଷର ଚେକ୍ ଥିବା ମନିପର୍ସ ପାଇ ଫେରାଇଲେ ଯୁବକ

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ ନାମକ ଜଣକ ଜଣେ ବ୍ୟକ୍ତି ‘ସ୍ଵିଗି’ର ଡେଲିଭରି କର୍ମଚାରୀ ଭାବରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ସେ ପାର୍ସଲ ନେଇ ଭୁବନେଶ୍ବରକୁ ଯାଉଥିବାବେଳେ ନୟାପଲ୍ଲୀ ରାସ୍ତାରେ ଏକ ମନିପର୍ସ ପାଇଥିଲେ। ପର୍ସରେ ଥିବା ୫ଲକ୍ଷ ଟଙ୍କାର ଏକ ଚେକ, ଆଧାରକାର୍ଡ, ପ୍ୟାନକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନେକ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଖୁଥିଲେ । ହଜିଥିବା ବ୍ୟକ୍ତିଙ୍କ କୌଣସି ସୂଚନା ନଥିବାରୁ ଭୁବନେଶ୍ବର ଆର୍‌ଟିଓର ସହାୟତା ନେଇ ଶ୍ରୀ ରାଉତ ଓ ଭକ୍ତ ଗ୍ରାମର ଶୁଭ୍ରମ ବାରିକ ତାଙ୍କୁ ଫୋନ କରି ତାଙ୍କ ସମସ୍ତ କାଗଜପତ୍ର, ଚେକ ଆଦିକୁ ହସ୍ତାନ୍ତର କରିଥିଲେ। ଏହି ଯୁବକଙ୍କ ମହାନତା ପାଇଁ ଆରଟିଓ ଏବଂ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.