ସମ୍ବଲପୁରରେ ଦିନ ଦ୍ବିପ୍ରହରରେ ଛୁରାମାଡ଼: ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଯୁବକଙ୍କ ମୃତ୍ଯୁ

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଭୁଜାଲି ମାଡ଼ କଲେ ଦୁର୍ବୃତ୍ତ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ଛୁରାମାଡ ହୋଇଥିବା ଯୁବକ ଜଣଙ୍କ ତୁରୀପଡ଼ାର ତଫିନ ପ୍ରଧାନ(୨୫) ।
ସୂଚନା ଅନୁଯାୟୀ, ତଫିନ ପ୍ରଧାନ ନିକଟସ୍ଥ ହରଡ଼ଜୋର ନଦୀବନ୍ଧ ରାସ୍ତାରେ ଠିଆ ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତଫିନଙ୍କ ବେକରେ ଛୁରି ଭୁଷିଦେଇଥିଲେ। ତଫିନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସୁଥିବାର ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାପରେ ତଫିନଙ୍କୁ ବୁର୍ଲା ଭିମସାରଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଧନୁପାଲି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।