ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୂଅରେ ପଡ଼ି ଯାଇଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

ଅନୁଗୁଳ: ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ ଚିତ୍କାର ଶୁଣି ଗାଁର ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ପ୍ରଧାନ କୂଅରେ ପଶି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଶୁକ୍ରୁ ଓ ଦୀପ ଉପରକୁ ଉଠି ଆସିଥିଲେ ମଧ୍ୟ ପ୍ରଦୀପ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ତେବେ ପ୍ରଦୀପ ପଧାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.