ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଭଦ୍ରକ: ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ।

ସୂଚନାଯୋଗ୍ୟ ଧାମରା କରଂଜମାଳ ଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ବିଦ୍ୟୁତ ତାର ଓହଳି ରହିଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କ ନଜର ପଡିନଥିଲା ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଣିନଥିଲେ କର୍ମଚାରୀ ତେବେ ବାତ୍ୟା ୟସକୁ ଗୋଟେ ମାସ ବିତିଯାଇଥିଲେବି ଏବେବି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏଭଳି ଘଟଣା ଘଟିଥିବା ବେଳେ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବିକରିଛନ୍ତି।

Leave A Reply

Your email address will not be published.