ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଡ଼ିଓ କଲ କରି ଯୁବକଙ୍କ ଆତ୍ମହତ୍ୟା

ଆଳି : ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପଞ୍ଚାୟତର ସାହୁପଡା ଗ୍ରାମର ଜଣେ ବିବାହିତ ଯୁବକ ଭିଡିଓ କଲିଂ କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାୟୀ ସାହୁପଡାର ଅମର ଜେନା ବାଙ୍ଗାଲୋର ସ୍ଥିତ ବାନସବାଡ଼ି ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ସେ ବିବାହିତ ଓ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି l ମାତ୍ର ସେ ତାଙ୍କର ଜଣେ ପୁରୁଣା ସହପାଠୀ ବିଧବା ମହିଳାଙ୍କ ସହ ସମ୍ପର୍କରେ ଥିଲେ l କୌଣସି କାରଣକୁ ନେଇ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା l ଗତକାଲି ଅପରାହ୍ନରେ ଉକ୍ତ ମହିଳାଙ୍କୁ ଭିଡ଼ିଓ କଲିଂ କରି ଆତ୍ମହତ୍ୟା କରଛନ୍ତି l ତାଙ୍କର ଜଣେ ସାଙ୍ଗ ଉକ୍ତ ମହିଳାଙ୍କଠାରୁ ଖବର ପାଇ ଘର ପାଖରେ ପହଞ୍ଚି କବାଟ ତାଡ଼ି ନପାରି ଝରକା ବାଟେ ଦେଖିଥିଲେ ଯେ ସେ ପଙ୍ଖାରେ ରସି ଲଗାଇ ଝୁଲିଛନ୍ତି l ସେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି କବାଟ ଭାଙ୍ଗି ଭିତରକୁ ପଶି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଅମରଙ୍କ ସାନଭାଇ ବାଙ୍ଗାଲୋରରେ ପହଞ୍ଚିଛନ୍ତି l

Leave A Reply

Your email address will not be published.