ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିକିତ୍ସାଳୟ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗ ପାଞ୍ଚ ମହଲା ଉପରୁ ଯୁବକ ଡେଇଁ ଆଜି ପ୍ରାତଃ ସମୟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ଅନୁଗୁଳ ବଆଁରପାଳ ବ୍ଳକ ଗୁତୁମରା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ସେ ସାନିଟାଇଜର ପିଇ ଅନୁଗୁଳ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ଆଜି ଯୁବକର ଆତ୍ମହତ୍ୟା ଘଟଣା ପରେ ତାଙ୍କ ପରିବାର ଲୋକ ମେଡିକାଲର ସିକୁରୀଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣା ପରେ ମେଡିକାଲ ପରିସରରେ ଉତେଜନା ଦେଖାଦେଇଥିଲା। ମେଡିକାଲ କତ୍ତୃପକ୍ଷ ନିଜର ଦୋଷ ଲୁଚାଇବାକୁ ଯାଇ ତରବରିଆ ଭାବରେ ମୃତ ଯୁବକର ଶବ ବ୍ୟବାଛେଦ ପାଇଁ ପଠାଇଦେଇଥିଲେ। ଅନୁଗୁଳ ମେଡିକାଲରେ ସୁରକ୍ଷା କର୍ମୀ ବ୍ୟବସ୍ଥାରେ ଅବହେଳା ଦ୍ୱାରା ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.