ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ, ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଲା ପୁଲିସ

ପୁରୀ: ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଜଣଙ୍କୁ ଉଦ୍ଧାର କରି ଅଟକ ରଖିଛି ପୋଲିସ । ଅଟକ ଯୁବକ ହେଲେ ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡା । ରାକେଶ ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର JTP ଉଦ୍ଧାର କରିଥିଲେ ।

ଏହା ପରେ ସିଂହଦ୍ୱାର ଥାନା ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏହି ଯୁବକ ଜଣଙ୍କ କାହିଁକି ନାଟ ମଣ୍ଡପରେ ଚଢ଼ିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାଥମିକ ସୂଚନାରୁ ଉକ୍ତ ଯୁବକଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.