ପାନୀୟ ଜଳ ସମସ୍ୟା ପାଇଁ ମୋବାଇଲ ଟାଓ୍ଵାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ ଗର୍ଦରା ଗ୍ରାମର ହେମନ୍ତ ରଣା ନାମ  ଯୁବକ ଏକ ପାନୀୟ ଜଳ ପାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ରବିବାର ଗର୍ଦରା ଗ୍ରାମର ହେମନ୍ତ  ନିଜ ଗ୍ରାମର ପାନୀୟ ସମସ୍ୟା ନେଇ ୧୦୦ଫୁଟ ଉପର ଏକ ଟାୱାରକୁ ଚଢି ଆତ୍ମହତ୍ୟା କରିବା ଉଦ୍ୟମ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ପାଇ ଖଡ଼ିଆଳ ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ବୁଝା ସୁଝା କରି ଆଗାମୀ ଦିନରେରେ ପାନୀୟ ଜଳର ସଙ୍କଟ  ନିଶ୍ଚିତ ଭାବରେ ଦୂର ହେବ ବୋଲି କହିବାରୁ ଯୁବକ ଜଣକ ଟାୱାର ଉପରୁ ତଳକୁ ଓହ୍ଲାଇ ଥିଲେ।
ସୂଚନା ଅନୁସାରେ ଗର୍ଦରା ଗ୍ରାମରେ ତିନି ଗୋଟି ନଳକୂପ ଅଛି ହେଲେ ଏହା ମଧ୍ୟରୁ ଦୁଇ ଗୋଟି ନଳକୂପ ଫ୍ଲୋରାଇଡ ଯୁକ୍ତ ଥିବା ହେତୁ ତାହା ବ୍ୟବହାର ଉପଯୋଗୀ ନୁହେଁ । ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ ଥିବା ନଳକୂପ ଉପରେ ନିର୍ଭରଶୀଳ ଅଟନ୍ତି। ହେଲେ ଏହି ନଳକୂପ ଟି ଯେତେବେଳେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହେ ସେତେବେଳେ ହିଁ ଗ୍ରାମବାସୀ ପିଇବା ପାଣି ପାଇଁ ପାରିଥାନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେଲେ ପାଣି ପାଇଁ ଆଣିବା ପାଇଁ ଯାଇପାରନ୍ତି ନାହିଁ। ଦିର୍ଘଦିନ ହେବ ଗାଁରେ ଏହି ସମସ୍ୟା ଲାଗି ରହିଛି। ଯାହାର ସମାଧାନ ହୋଇପାରୁ ନାହିଁ। ଯେଉଁଥି ପାଇଁ ଆଜି ଯୁବକ ଜଣଙ୍କ ମୋବାଇଲ ଟାଓ୍ଵାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ।
Leave a comment