ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ପୁଣି ଯୁବତୀଙ୍କ ଆତ୍ମହତ୍ୟା, କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀ ଜଣକ ନର୍ସିଂ ଛାତ୍ରୀ ବୋଲି ଜଣାପଡିଛି। ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲରୁ ଏହି ମୃତଦେହ ସନ୍ଧ୍ୟାରେ ମିଳିଛି।ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ମୃତ ନର୍ସିଂ ଛାତ୍ରୀ ଜଣଙ୍କ ବଲାଙ୍ଗିର ଅଞ୍ଚଳର । ସେ ଏହାରେ ନର୍ସିଂ ପଢୁଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବଂ ଯଦି ଆତ୍ମହତ୍ୟା କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ପଦକ୍ଷେପ ନେଲେ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ଓଡିଶାରେ ଉଦବେଗଜନକ ଭାବେ ଆତ୍ମହତ୍ୟା ବଢିବାରେ ଲାଗିଛି । ଏପରି କି ଆତ୍ମହତ୍ୟା ମାମଲାରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି । ଏହାଛଡା କଟକ-ଭୁବନେଶ୍ୱର ଟୁଇନ ସିଟିରେ ଆତ୍ମହତ୍ୟା ବଢିବା ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ପୁଲିସ ଭବନରେ ଆଜି ଆୟୋଜିତ କର୍ମଶାଳାରେ ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣକୁ ନେଇ ଆଲୋଚନା ହୋଇଛି । ଆତ୍ମହତ୍ୟା ରୋକିବା ପାଇଁ ଜନସଚେତନତାକୁ ପ୍ରମୁଖ ଅସ୍ତ୍ର କରିବା ପାଇଁ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି ।

ଜାତୀୟ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବା ବେଳେ ଓଡିଶାରେ ଏହି ହାର ୧୨.୫ ପ୍ରତିଶତ । ଖାଲି ଏତିକି ନୁହେଁ ଯୁବପିଢିଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି । କମିଶନରେଟ ପୁଲିସ ପକ୍ଷରୁ ଆତ୍ମହତ୍ୟା ଓ ଆଇନ ପ୍ରଣୟନକାରୀ ଦିଗରେ କାମ କରୁଥିବା ବିଶେଷଜ୍ଞଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ, ଓଡିଶାରେ କାହିଁକି ଆତ୍ମହତ୍ୟା ବଢୁଛି ? ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣ ସଂପର୍କରେ ଆଲୋଚନା କରାଯାଇଛି ।

ଆଉ ଏକ ଚିନ୍ତା ଜନକ ଖବର ହେଉଛି ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା କଟକ-ଭୁବନେଶ୍ୱର ଟୁଇନ ସିଟିରେ ୨୨୬ ଆତ୍ମହତ୍ୟା ମାମଲା ହୋଇଛି । ବଡ କଥା ହେଉଛି ଆତ୍ମହତ୍ୟା କରି ଜୀବନ ହାରିଥିବା ଲୋକଙ୍କ ମଧ୍ୟରେ ବିଚାରପତି, ଅଭିନେତା, ଇଂଜିନିୟର, ମହିଳା ଓ ଛାତ୍ରୀ ଭଳି ଶିକ୍ଷିତ ଗୋଷ୍ଠୀ ଅଛନ୍ତି । ଏହାଛଡା ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବଢିବା ଲୋକଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି କରୁଛି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ସୁଇସାଇଡ଼ ଆଣ୍ଡ ଲ’ ଏନଫୋର୍ସମେଂଟ’ ଲେକଚର ସିରିଜରେ ସାମିଲ ଅତିଥୀମାନେ ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଛନ୍ତି । ଏକ ଦୁର୍ବଳ ମୁହୂର୍ତ୍ତରେ ନିଜ ଜୀବନ ହାରିବାକୁ ଲୋକେ ଚରମ ନିଷ୍ପତି ନେଉଥିବାରୁ ଏହାକୁ ରୋକିବା ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି

Leave A Reply

Your email address will not be published.