ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାମାରୀ ବିରୋଧରେ ଲଢ଼ିବା ପାଇଁ ଯୋଗ ଆଶାର କିରଣ ଆଣିଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢ଼େଇରେ ଯୋଗ ଆଶାର କିରଣ ଆଣିଛି । ଯୋଗ ଆମ ପାଇଁ ସୁରକ୍ଷାକବଚ ଭଳି କାମ କରୁଛି । ଲୋକଙ୍କ ଭିତରେ ମନୋବଳ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଠିନ ସମୟରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ସବୁ ଦେଶବାସୀଙ୍କ ଯୋଗ କରି ସୁସ୍ଥ ରହିବାକୁ ସେ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱରେ କରୋନା ଯୋଗୁ ଗତ ଦୁଇ ବର୍ଷ ହେବ ଅନ୍ତର୍ଜାତୀୟ ଯୋଗ ଦିବସରେ ସାର୍ବଜନୀନସ୍ତରରେ ବଡ଼ କାର୍ୟ୍ୟକ୍ରମ ଆୟୋଜନ ହୋଇନି । କିନ୍ତୁ ଲୋକଙ୍କ ଭିତରେ ଯୋଗ ଦିବସ ପ୍ରତି ଉତ୍ସାହ କମିନି । ଏହି ଯୋଗଯାତ୍ରାକୁ ଆଗକୁ ବଢ଼ାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏପରିକି ମେଡିକାଲ ସାଇନ୍ସ ବି ଯୋଗର ଉପକାରିତା ସ୍ୱୀକାର କରିଥିବା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି । ଡାକ୍ତର ଚିକିତ୍ସା କରିବା ବେଳେ ସମସ୍ତଙ୍କୁ ଯୋଗ ପାଇଁ କହୁଛନ୍ତି । M-YOGA ଆପରେ ବିଭିନ୍ନ ଭାଷାରେ ଟ୍ରେନିଂ ଭିଡିଓ ପ୍ରସ୍ତୁତ ହେବ । M-YOGA ଆପ୍‌ ୱାନ ୱାଲର୍ଡ, ୱାନ ହେଲଥ ଲକ୍ଷ୍ୟ ପୂରଣ କରିବ । ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି ।

 

Leave A Reply

Your email address will not be published.