ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତିରୁ ନାହିଁ ନିସ୍ତାର: ଖରା ପାଇଁ ୬ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ଜନଜୀବନ।  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ  ପାରଦ ବଢିବ। ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ରାଜ୍ୟକୁ  ଉତ୍ତପ୍ତ ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାରି ପ୍ରଭାବରେ ତାପମାତ୍ରା  ଉପରମୁହାଁ ରହୁଛି।

ସେହିପରି ଖରା ପାଇଁ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୱେଲୋ ଆଲର୍ଟ ଜାରି କରାଯାଇଛି।

ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରେ ସର୍ବାଧିକ ଝାରସୁଗୁଡା ଓ ସମ୍ବଲପୁରର ତାପମାତ୍ରା ୪୨.୬ ଡ଼ିଗ୍ରୀ ରହିଛି। ସେହିପରି ହୀରାକୁଦ: ୪୧.୨ ଡ଼ିଗ୍ରୀ। ଚାନ୍ଦବାଲିରେ ୪୦.୦ ଡ଼ିଗ୍ରୀ।  ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୨୯.୬ ଡ଼ିଗ୍ରୀ, ପାରାଦୀପରେ ୩୨.୦ ଡ଼ିଗ୍ରୀ, ପୁରୀରେ ୩୨.୬ ଡ଼ିଗ୍ରୀ ରହିଥିବା ବେଳs କେନ୍ଦୁଝରର ତାପମାତ୍ରା ୩୯.୦ ଡ଼ିଗ୍ରୀ ରହିଛି।

Leave A Reply

Your email address will not be published.