Latest Odisha News, Breaking News Today | Top Updates on Corona

ମେ’ ୪ରୁ ବନ୍ଦ ହେବ ‘ୟାହୁ ଆନସର୍ସ’

ନୂଆଦିଲ୍ଲୀ : ବନ୍ଦ ହେବ ୟାହୁ ଆନସରସ୍‌ ସେବା। ଚଳିତମାସ ୨୦ରୁ ଗ୍ରାହକମାନେ ‘ୟାହୁ ଆନସର୍ସ’ରେ ଆଉ ପ୍ରଶ୍ନ କିମ୍ବା ଉତ୍ତର ପୋଷ୍ଟ କରିପାରିବେ ନାହିଁ । ଚଳିତବର୍ଷ ମେ’ ୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ। ଦୀର୍ଘ ୧୬ ବର୍ଷ ତଳେ ଏହି ସେବାର ଆରମ୍ଭ କରାଯାଇଥିଲା। ସେତେବେଳେ କୌଣସି ଏକ ପଶ୍ନର ଉତ୍ତର ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ‘ୟାହୁ ଆନସର୍ସ’ ଏକ ଲୋକପ୍ରିୟ ସାଇଟ୍‌ ରହିଥିଲା। କୌଣସି ପ୍ରକାରର ପ୍ରଶ୍ନର ଉତ୍ତର ‘ୟାହୁ ଆନସର୍ସ’ରେ ମିଳିଯାଉଥିଲା।

ଏହି ସେବାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ, ଏଥିରେ ବ୍ୟବହାରକାରୀଙ୍କ ଗୋପନୀୟତା ବଜାୟ ରଖାଯାଉଥିଲା। ତଥାପି ଅନେକ ଏଥିରେ ନିଜର ନାମ ପରିବର୍ତ୍ତନ କରି ପ୍ରଶ୍ନ ପୋଷ୍ଟ କରୁଥିଲେ। ମେ ’ରେ ୟାହୁ ଆନସରସ୍‌କୁ ସଟ୍‌ ଡାଉନ୍‌ କରିଦିଆଯିବ। ସେହିଠାରୁ ‘ୟାହୁ ଆନସର୍ସ’ର ୱେବ୍‌ସାଇଟ୍‌ ସିଧାସଳଖ ଭାବେ ୟାହୁର ହୋମ୍‌ପେଜ୍‌ରେ ରିଡାଇରେକ୍ଟ କରିଦିଆଯିବ। ଏହାର ଅର୍ଥ ହେଉଛି ୟାହୁର ହୋମ୍‌ ପେଜ୍‌ରେ ମେ’ ୪ଠାରୁ ବ୍ୟବହାରକାରୀ ଆଉ ‘ୟାହୁ ଆନସର୍ସ’କୁ ଦେଖିବାକୁ ପାଇବେ ନାହିଁ। ଯେତେବେଳେ ସୋସିଆଲ ମିଡିଆ ନ ଥିଲା, ସେତେବେଳେ ୨୦୦୫ଠାରୁ ଏହି ପୋର୍ଟାଲ୍‌ ଲୋକଙ୍କ ପାଇଁ ବେଶ ସହାୟକ ହୋଇଥିଲା। ଏବେ ‘ୟାହୁ ଆନସର୍ସ’ର ହୋମ୍‌ ପେଜ୍‌ର ଉପରେ ଏକ ବ୍ୟାନର ଲାଗିଛି ଯେଉଁଥିରେ ୟାହୁ ଆନସରସ୍‌ ୨୦୨୧ ମେ’ ୪ ଠାରୁ ବନ୍ଦ ହେବାକୁ ଯାଉଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେବେ ଚଳିତମାସ ୨୦ରୁ ଏହା କେବଳ ରିଡ୍‌ ଇନ୍‌ ମୋଡ୍‌ରେ ରହିବ। କୌତୂହଳର ବିଷୟ ହେଉଛି ‘ୟାହୁ ଆନସର୍ସ’ ବନ୍ଦ ହେବା ଜାଣି ଅନେକ ଏହାକୁ କାହିଁକି ବନ୍ଦ କରାଯାଉଥିବା ନେଇ ପ୍ରଶ୍ନ ପୋଷ୍ଟ କରୁଛନ୍ତି।

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications