ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କାଶ୍ମୀର ଫାଇଲ୍ସ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଏହାରି ମଧ୍ୟରେ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା ଦିଆଯାଇଛି । ବିବେକଙ୍କୁ ଗୃହ ମନ୍ତ୍ରାଳୟ ଏହି ସୁରକ୍ଷା ଯୋଗାଇଛି ।

ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।‘ଓ୍ୱାଇ୍’ କାଟେଗୋରୀ ସୁରକ୍ଷାରେ ମୋଟ୍ ୮ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଥାନ୍ତି । ଖାଲି ଏତିକି ନୁହେଁ ଏହି ସୁରକ୍ଷା ଯେଉଁ ଭିଆଇପିଙ୍କୁ ଦିଆଯାଏ ତାଙ୍କ ଘରେ ମଧ୍ୟ ୫ ଆର୍ମଡ୍ ଷ୍ଟେଟିକ୍ ଗାର୍ଡ ନିୟୋଜିତ ହୋଇଥାନ୍ତି ।ଏହାସହ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି।

Leave A Reply

Your email address will not be published.