ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିନ୍‌ପିଙ୍ଗ୍‌ଙ୍କ ଉପରେ ଦେଶବାସୀ ଖପ୍ପା, ରାଷ୍ଟ୍ରପତି ପଦରୁ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁ ନଥିବା ବେଳେ ସେ ସେରିବ୍ରାଲ ଏନ୍ୟୁରିଜିମ (ଏକ ପ୍ରକାର ମସ୍ତିଷ୍କ ରୋଗ)ରେ ପୀଡ଼ିତ ଅଛନ୍ତି ବୋଲି ଦେଶର ସାମାଜିକ ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରିତ ହେଉଛି। ଏହାସହ ଚାଇନାରେ କୋଭିଡ ମୁକାବିଲା ଓ ଅର୍ଥନୀତି ପରିଚାଳନାରେ ବିଫଳତା ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦାଯାଇଛି। ଉଭୟ କାରଣରୁ ସେ ‌ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଚାଇନାରେ ଏବେ ପୁଣିଥରେ କରୋନା ବ୍ୟାପିଛି। ପ୍ରଥମରୁ କରୋନା ମୁକାବିଲା ପାଇଁ ଜିନ୍‌ପିଙ୍ଗ୍‌ ଜିରୋ କୋଭିଡ୍ ପଲିସି ନୀତି ଆପଣାଇଥିଲେ । କିନ୍ତୁ କାମ ଦେଇନଥିଲା ଏହି ନୀତି । ଯେତେ ଯାହା କଲେ ବି କରୋନା କାବୁ ହେବା ବଦଳରେ ବଢିବାରେ ଲାଗିଛ । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ ଭଳି ପରିସ୍ଥିତି ରହିଛି । ଫଳରେ ସାରା ଦେଶରେ ତାଙ୍କର ଜିରୋ କୋଭିଡ୍ ପଲିସି ନୀତି ପାଇଁ ତାଙ୍କୁ ଖୁବ ସମାଲେଚନାର ଶିକାର ହେବାକୁ ପଡିଛି ।

ଅନ୍ୟପଟେ ସି ଜିନପିଙ୍ଗଙ୍କ ଶରୀର ଭଲ ରହୁ ନଥିବା ଏବଂ କରୋନା ମୁକାବିଲାରେ ବିଫଳତା ପରେ ଶାସକ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଉପରେ ଦେଶବାସୀ ଖପ୍ପା ହୋଇଛନ୍ତି। କେବଳ ନାଗରିକମାନେ ନୁହନ୍ତି ପାଶ୍ଚାତ୍ୟ ଦେଶ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଚୀନ ଚାପର ସମ୍ମୁଖୀନ ହୋଇଛି। ଏଥିସହିତ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଚୀନର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସିସିପିର ପଲିଟି ବ୍ୟୁରୋ ଷ୍ଟାଣ୍ଡିଂ କମିଟିର ବୈଠକ ପରେ ଜିନ୍‌ପିଙ୍ଗ୍‌ଙ୍କ ଇସ୍ତଫା ଚର୍ଚ୍ଚା ବଢ଼ିଛି। ଦେଶବାସୀ ସିସିପି ଉପରେ ଖପ୍ପା ହୋଇଥବା କାରଣରୁ ସି ଜିନ୍‌ପିଙ୍ଗ୍‌ଙ୍କୁ ସିସିପି ଇସ୍ତଫା ଦେବା ପାଇଁ ବାଧ୍ୟ କରିବ। ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ ଦଳ ଏବଂ ସରକାରୀ କାର୍ୟ୍ୟର ଦୈନନ୍ଦିନ ପରିଚାଳନା ବୁଝିବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.