ଭୁଲ୍‌ ରକ୍ତ ନେଇ ଦୁଇ ରୋଗୀଙ୍କ ମୃତ୍ୟୁ ଘଟଣା : ୩ କର୍ମଚାରୀଙ୍କ ବଦଳି, ଘଟଣାର ତଦନ୍ତ ନିର୍ଦ୍ଦେଶ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭୁଲ ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ସୁଜାତାରାଣୀ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେବା ସହ ୩ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ଅଭିଯୋଗ ଅନୁସାରେ, ସଦର ବ୍ଲକ କଣ୍ଡରାପଶି ଗ୍ରାମର ଦାମ ମୁଣ୍ଡା ଓ ସଦର ବ୍ଲକ ରାଇସୁଅାଁ ସାହିର ରୟା ସାହୁଙ୍କ ଝିଅ ମୁନି ସାହୁଙ୍କ ଏଭଳି କାରଣରୁ ମୃତ୍ୟୁ ହୋଇଥିଲା। ସଦର ବ୍ଲକ କଣ୍ଡରାପଶି ଗ୍ରାମର ଦାମ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ ଗତ ମାର୍ଚ୍ଚ ୨୯ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଭୁଲ ରକ୍ତ ଦେବା େଯାଗୁ ମେ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave a comment