ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ: ‘ସେବାୟତମାନେ ବିକାଶ ପାଇଁ ଭିଟାମାଟି ଛାଡିଛନ୍ତି, ପ୍ରକଳ୍ପ ବାଧାପ୍ରାପ୍ତ ହେଲେ ତ୍ୟାଗ ମୂଲ୍ୟହୀନ ହୋଇଯିବ’

କଟକ: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି ।

କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହା ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସ୍ୱାର୍ଥକୁ ଉପେକ୍ଷା । ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଏସଆଇକୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ କହିଛନ୍ତି । କିଛି ମୁଷ୍ଟିମେୟ ଗୋଷ୍ଠୀ ମିଥ୍ୟା ଓ କୁପ୍ରଚାର କରି ପରିକ୍ରମା ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । ଏଥିରେ କିଛି ରାଜନୈତିକ ବ୍ୟକ୍ତି ସହଯୋଗ କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ । ତେଣୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେବାୟତ ପ୍ରାର୍ଥନା କରିଛନ୍ତି ।

ଶ୍ରୀମନ୍ଦିରର ସେବାୟତ ରଘୁନାଥ ଗୋଚ୍ଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ବଟକୃଷ୍ଣ ମୁଦ୍ରା ପ୍ରମୁଖ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ସେବାୟତମାନେ ବିକାଶ ପାଇଁ ଭିଟାମାଟି ଛାଡ଼ିଛନ୍ତି । ପ୍ରକଳ୍ପ ବାଧାପ୍ରାପ୍ତ ହେଲେ ସେମାନଙ୍କ ତ୍ୟାଗ ମୂଲ୍ୟହୀନ ହୋଇଯିବ ବୋଲି ରିଟ୍ ପିଟିସନରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.