ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ତ୍ତିକ ମାସରେ ମା’ ଲକ୍ଷ୍ମୀଙ୍କ ପୂଜାବିଧି

ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକରେ ତୁଳସୀ ପୂଜନ ସହିତ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ମା’ ଲକ୍ଷ୍ମୀଙ୍କ ବିବିଧ ପୂଜା ସହିତ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଦ୍ବାରା ସବୁ ପ୍ରକାର ରୋଗଦୋଷରୁ ମୁକ୍ତି ମିଳିଥାଏ। ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ। ତେବେ କାର୍ତ୍ତିକ ମାସରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ପାଇଁ କିଛି ବିଶେଷ ନୀତିନିୟମ ରହିଛି, ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ…

1 ପ୍ରତିଦିନ ସ୍ନାନାଦି କାମ ସାରିବା ପରେ ସଫାସୁତରା ବସ୍ତ୍ର ପରିଧାନ କରନ୍ତୁ। ରବିବାର ବ୍ୟତୀତ ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରି ବିଧି ମୁତାବକ ପୂଜା କରନ୍ତୁ।
2 ଭଗବାନ ବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ଫୁଲ, ସିନ୍ଦୂର, ଅକ୍ଷତ ଓ ଭୋଗ ଲଗାନ୍ତୁ।
3 ଘିଅ ଦୀପ ଓ ଧୂପ ଦେଇ ଲକ୍ଷ୍ମୀଚାଳିଶା, ଲକ୍ଷ୍ମୀ ମନ୍ତ୍ର ଓ ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ।
4 କନକଧାରା ସ୍ତୋତ୍ର ଓ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରିବା ବେଶ୍‌ ଫଳପ୍ରଦ ହୋଇଥାଏ।

Leave A Reply

Your email address will not be published.