ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବର ସର୍ବ ପୁରାତନ ହ୍ବିସ୍କି ୧.୭୫ କୋଟିରେ ହେବ ନିଲାମ

ୱାଶିଟନ୍‌ : ଆମେରିକା ଭିତ୍ତିକ ନିଲାମ ହାଉସ୍ ‘ସୋଥେବି’ ଦୁନିଆର ସର୍ବ ପୁରାତନ ବିସ୍କି ନିଲାମ କରୁଛି। ଏହି ୮୧ ବର୍ଷ ପୁରୁଣା ହ୍ବିସ୍କିର ନାମ ‘ମାକାଲାନ୍ ଦି ରେଚ୍’। ନିଲାମ ହାଉସ୍ ସୋଥେବି ଏହାର ଅଫିସିଆଲ୍ ୱେବସାଇଟରେ ନିଲାମ ପାଇଁ ‘ମାକାଲାନ୍ ଦି ରିଚ୍›କୁ ରଖିଛି। ସୋଥେବି ଏହି ହ୍ବିସ୍କିର କିଛି ଫଟୋ ୱେବ୍‌ସାଇଟରେ ମଧ୍ୟ ସେୟାର କରିଛନ୍ତି। ଗ୍ରାହକ ସୋଥବୀଙ୍କ ୱେବସାଇଟ୍ ପରିଦର୍ଶନ କରି ଏହି ୱିସ୍କି ପାଇଁ ବିଡ୍ କରିପାରିବେ। ନିଲାମ ହାଉସ୍ ଅକ୍ଟୋବର ୫କୁ ବିଡିଂର ଶେଷ ତାରିଖ ଧାର୍ଯ୍ୟ କରିଛି।

ହ୍ବିସ୍କି ପ୍ରେମୀଙ୍କ ପାଇଁ ‘ମାକାଲାନ୍ ଦି ରେଚ୍›ର ଆନୁମାନିକ ମୂଲ୍ୟ ୯୬.୭୨ ଲକ୍ଷରୁ ୧.୭୫ କୋଟି ଟଙ୍କା ରଖାଯାଇଛି। ୧୯୪୦ରେ ‘ମାକାଲାନ୍ ଦି ରିଚ୍’ ଡିଷ୍ଟିଲ୍ ହୋଇଥିଲା ଏବଂ ଏହି ହ୍ବିସ୍କିର କେବଳ ଗୋଟିଏ ବୋତଲ ଉତ୍ପାଦିତ ହୋଇଥିଲା। ଏହାର ଆଲକହଲ୍‌ ମାତ୍ରା ୪୧.୬% ରହିଛି। ବିଜେତା ନିଲାମଧାରୀଙ୍କୁ ‘ମାକାଲାନ୍ ଦି ରେଚ୍’ ସହିତ ଏକ ଛୋଟ ପିତ୍ତଳ ମୂର୍ତ୍ତି ମିଳିବ। ‘ମାକାଲାନ୍ ଦି ରିଚ୍›ର ବୋତଲ ୩/୨୮୮ ନମ୍ବରରେ ନିଲାମ କରାଯାଇଛି।

Leave A Reply

Your email address will not be published.