ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ

ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିବ । ନାସା ଅନୁଯାୟୀ ଅନ୍ତିମ ୱିଙ୍ଗକୁ ଖୋଲିବା ପାଇଁ ଦୀର୍ଘ ସମୟ ଲାଗିଥିଲା । କାରଣ ଟେଲିସ୍କୋପ ବଡ଼ ହୋଇଥିବାରୁ ଏହାକୁ ଭଙ୍ଗା ଯାଇ ମହାକାଶକୁ ପଠା ଯାଇଥିଲା । ଏହି ଟେଲିସ୍କୋପ ହବଲର ସ୍ଥାନ ନେବ । ମହାକାଶରୁ ପ୍ରାୟ ୧୫ ଲକ୍ଷ କି.ମି ଉପରେ ଏହାକୁ ମୁତୟନ କରାଯାଇଛି । ସୌର ବର୍ଯ୍ୟ ଏବଂ ଉଲକାପିଣ୍ଡ ଏହା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହି ଟେଲିସ୍କୋପ ସହାୟତାରେ ବିଶ୍ବ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.