ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଣ୍ଡ ଉପରେ ବେଲ୍‌ଚା ରଖି ବିଶ୍ବ ରେକର୍ଡ

ବିଶ୍ବରେକର୍ଡ଼ କରିବା ନିଶାରେ କେହି କେହି ସବୁ ସୀମା ପାର୍‌ କରିଦିଅନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଡେଭିଡ୍‌ ରସ୍। ବଗିଚାରେ ମାଟି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ବେଲ୍‌ଚାକୁ ସେ ନିଜ ମଥା ଉପରେ ୨ ଘଣ୍ଟା ୩୬ ମିନିଟ୍‌ ୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ବାଲାନ୍ସ କରି ରଖିଥିଲେ। ଏହି ବେଲ୍‌ଚାର ଓଜନ ୨ ପାଉଣ୍ଡ୍‌ ଓ ୩ ଆଉନ୍ସ ବୋଲି ଜଣାପଡ଼ିଛି। ଡେଭିଡ୍‌ଙ୍କ ଏହି କାରନାମା ବିଶ୍ବ ରେକର୍ଡରେ ସାମିଲ ହୋଇଛି। ଡେଭିଡ୍‌ ପୂର୍ବରୁ ମଥା ଉପରେ ବିଭିନ୍ନ ପ୍ରକାର ଜିନିଷକୁ ଅଧିକ ସମୟ ରଖିବାରେ ୧୫୦ଟି ବିଶ୍ବ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି ଯେ, ଏଭଳି ସନ୍ତୁଳନ ରକ୍ଷା ପାଇଁ ଶାରୀରିକ ଓ ମାନସିକ ସ୍ଥିରତା ବହୁତ ଜରୁରୀ।

Leave A Reply

Your email address will not be published.