ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଙ୍କଟରେ ବିଶ୍ବ ଖବରକାଗଜ ଶିଳ୍ପ, ଖବରକାଗଜ ପ୍ରକାଶନ ଏବେ ଏକ ଆହ୍ବାନ୍

୧୬ ମାସରେ ନ୍ଯୁଜ ପ୍ରିଣ୍ଟ ମୂଲ୍ଯ ୧୭୫% ମହଙ୍ଗା

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ବର୍ତ୍ତମାନ ଖବରକାଗଜ ଶିଳ୍ପରେ ଏକ ବଡ଼ ସଙ୍କଟ ଦେଖିବାକୁ ମିଳିଛି। ଖବରକାଗଜରେ ବ୍ୟବହୃତ କାଗଜ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ଏବେ ଏକ ଖବରକାଗଜ ପ୍ରକାଶନ କରିବା ଏକ ବଡ଼ ଆହ୍ବାନ ହୋଇପଡିଛି। ଖବରକାଗଜରେ ମୁଖ୍ୟତଃ ଭାବେ କଞ୍ଚାମାଲ ଭାବେ ବ୍ୟବହାର କରାଯାଉଥିବା ରଦି କାଗଜ ଏବେ ମିଳୁନି ଯାହାଫଳରେ କାଗଜ ଉତ୍ପାଦନ ହ୍ରାସ ପାଇଛି। ଏହି କାଗଜର ଯୋଗାଣରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି। ଯାହା ଫଳରେ ଖବରକାଗଜରେ ଲାଗୁଥିବା କାଗଜର ମୂଲ୍ୟ ଏହାର ସର୍ବକାଳୀନ ରେକର୍ଡ ଛୁଇଁଛି।

ଯଦି ଆମେ ଭାରତ କଥାବିଚାର କରିବା ତେବେ ଜଣାପଡି ଯେ, ଭାରତ ଏହାର ଆବଶ୍ୟକତାର ପାଖାପାଖୁ ୫୦% କାଗଜ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ଆମଦାନୀ କରାଯାଉଥିବା ନ୍ୟୁଜ୍ ପ୍ରିଣ୍ଟର ମୂଲ୍ୟ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମେଟ୍ରିକ୍ ଟନ୍ ପିଛା ୩୮୦ରୁ ୪୦୦ ଆମେରିକୀ ୟଡଲାର ରହିଥିଲା, ଯାହା ବର୍ତ୍ତମାନ ମେଟ୍ରିକ୍ ଟନ୍‌ ପିଛା ୧୦୫୦ରୁ ୧୧୦୦ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି। ଏଥିରୁ ଏହା ସ୍ପଷ୍ଟ ଯେ ଖବରକାଗଜ ମୂଲ୍ୟରେ ୧୭୫%ରୁ  ଅଧିକ ବୃଦ୍ଧି ପାଇଛି ।

ଖବରକାଗଜ ପ୍ରିଣ୍ଟ ମୂଲ୍ୟରେ ବୃଦ୍ଧିର ୫ଟି ମୁଖ୍ୟ କାରଣ। ରୁଷ କାନାଡା ଏବଂ ୟୁରୋପରୁ ଭାରତ ଏହାର କାଗଜ ଆବଶ୍ୟକତାର ପ୍ରାୟ ୫୦%  ଆମଦାନୀ କରିଥାଏ । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଛି। କାନାଡାରେ ବାଧ୍ୟତାମୂଳକ – ଟୀକାକରଣ ହେତୁ ଟ୍ରକ୍‌ ଡ୍ରାଇଭରମାନେ ଧର୍ମଘଟ କରିଛନ୍ତି, ଯେଉଁ କାରଣରୁ ଯୋଗାଣ ବନ୍ଦ ହୋଇଯାଇଛି। କରୋନା ମହାମାରୀ ସମୟରେ ଅନଲାଇନ୍ ସପିଙ୍ଗ ବୃଦ୍ଧି ହେତୁ ବ୍ରାଉନ୍ ପେପରର ଚାହିଦା ବୃଦ୍ଧି ପାଇଛି। ପେପର ମିଲଗୁଡିକ ଅଧିକ ବାଦାମୀ କାଗଜ ଉତ୍ପାଦନ କରୁଛନ୍ତି। ଏଥିଯୋଗୁ ନ୍ୟୁଜ୍ ପ୍ରିଣ୍ଟ୍ ଉତ୍ପାଦନ ହ୍ରାସ ପାଇଛି।

୨୦୧୭ ରେ ଯେଉଁଠାରେ ସାରା ବିଶ୍ବରେ ୨୩ ୮ ନିୟୁତ ଟନ୍ ନ୍ୟୁଜ୍ ପ୍ରିଣ୍ଟ ଉତ୍ପାଦନ କରୁଥିଲା, ବର୍ତ୍ତମାନ ଏହା ୫୦% ହ୍ରାସ ହୋଇ ୧୩.୬ ନିୟୁତ ଟନ୍‌ରେ ପହଞ୍ଚିଛି। ମହାମାରୀ ଯୋଗୁ ରଦି କାଗଜ ମିଳିବାରେ ସମସ୍ୟା ଉପୁଜିଲା ଯାହା ନ୍ୟୁଜ୍ ପ୍ରିଣ୍ଟ ପାଇଁ ମୁଖ୍ୟ କଞ୍ଚାମାଲ । ଏବେ ପରିସ୍ଥିତି ଏପରି ହୋଇଛି ଯେ ଏକ ସମୟରେ କିଲୋଗ୍ରାମ ପିଛା ୧୦ ରୁ ୧୨ ଟଙ୍କାରେ ବିକ୍ରି ହେଉଥିବା ରଦି କାଗଜ ମୂଲ୍ୟ ଆଜି ଭାରତରେ କିଲୋ ପିଛା ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.