ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ୱ ମାତୃ ଦିବସ; ମା’ ଚିର ବନ୍ଦନୀୟା, ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ ମା’

ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ,ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ମାଆ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ ଦୁନିଆ ଆଗରେ ନଇଁପାରେ, ପୁଣି ଆବଶ୍ୟକ ସ୍ଥଳରେ ତା’ର ସନ୍ତାନ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଆୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ।

ଯାହା ବିନା ଜନ୍ମ ନାହିଁ । ଯାହା ବିନା ଅସ୍ତିତ୍ବ ନାହିଁ । ସେ ମାଆ । ତାଠୁ ସଂସାର ଆରମ୍ଭ ହୁଏ, ତାହାଠି ହିଁ ଶେଷ ହୁଏ । ଯେଉଁ ଡାକରେ ଜୀବନ ଆରମ୍ଭ ହୁଏ, ବ୍ରହ୍ମାଣ୍ଡ ବିଲୀନ ହୁଏ ସେ ନାଁ ହେଉଛି ମାଆ । ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ । ସେ ଅବର୍ଣ୍ଣନୀୟ । ସବୁଦିନ ତ ମାଆଠୁ ଆରମ୍ଭ ହେଉଛି । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ବତନ୍ତ୍ର ଦିନ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା ।

ଜଣେ ସନ୍ତାନ ପାଇଁ ମା’ର ପଣତକାନି ଠାରୁ ସୁରକ୍ଷିତ ଓ ନିରାପଦ ସ୍ଥାନ ଆଉ କିଛି ନାହିଁ। ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ। ମାତୃଦିବସକୁ ଲୋକପ୍ରିୟ କରିବା ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ। ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ସେ ଦେଖୀଲେ ଯେ, ପିଲାମାନେ ସେମାନଙ୍କ ମା’ଙ୍କ ଅବଦାନକୁ ଭୁଲିଯାନ୍ତି। ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ। ସେ ଚାହୁଁଥିଲେ ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହେବ। ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଘୋଷଣା କରିଥିଲା। ଆମରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିଦିନରୁ ମାତୃଦିବସ ପାଳନ କରାଯାଉଛି।

Leave A Reply

Your email address will not be published.