ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତକୁ ଗୌରବାନ୍ବିତ କଲେ ଦୁଇ ଝିଅ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ସହ ସ୍ୱିଟି ଓ ନିତୁ ହେଲେ ବିଶ୍ୱ ଚାମ୍ପିଅନ୍

ନୂଆଦିଲ୍ଲୀ : ଭାରତକୁ ଗୌରବାନ୍ବିତ କଲେ ଦୁଇ ଝିଅ। ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଆଜି ସ୍ୱର୍ଣ୍ଣ ପଦକ ସହ ବକ୍ସିଂର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ସ୍ୱିଟି ବୋରା ଓ ନିତୁ ଘନଘାସ। ଦିଲ୍ଲୀରେ ଆଇଜି ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଆଜି ପ୍ରଥମେ ୪୮ କିଲୋଗ୍ରାମ ବର୍ଗରେ ନିତୁ ଘନଘାସ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୨ ବର୍ଷୀୟ ନିତୁ ଘନଘାସ ୪୮ କେଜି ବର୍ଗର ଲଢ଼େଇରେ ନିତୁ ମଙ୍ଗୋଲିଆର ବକ୍ସର ଲୁଟସୈଖାନଙ୍କୁ ୫-୦ରେ ପରାସ୍ତ କରି ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟଶିପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦ ହାସଲ କରିଥିଲେ।


ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମର ଦର୍ଶକ ତାଙ୍କୁ ପୂର୍ଣ୍ଣସମର୍ଥନ କରୁଥିବା ବେଳେ ନିତୁବି ସୁଯୋଗ ହାତଛଡା କରିନଥିଲେ କି ଦର୍ଶକଙ୍କୁ ନିରାଶ କରିନଥିଲେ। ମ୍ୟାଚ୍ ଆରମ୍ଭରୁ ଦୁଇ ଫାଇଟର ଆଟାକିଂ ଖେଳ ଦେଖାଇଥିଲେ। କିନ୍ତୁ ଭାରତର ନିତୁ ସୁଯୋଗ ଦେଖି କାଉଣ୍ଟର ପଞ୍ଚ ମାରିଥିଲେ। ଫଳରେ ସେ ପ୍ରଥମ ରାଉଣ୍ଡକୁ ୫-୦ରେ କବଜା କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ମଙ୍ଗୋଲିଆ ବକ୍ସର କିନ୍ତୁ ନିତୁକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତଥାପି ନିତକୁ ୩-୨ର ଆଡଭାନଟେଜ ହାସଲ କରିଥିଲେ। ନିର୍ଣ୍ଣାୟକ ରାଉଣ୍ଡରେ ନିତୁ ତାଙ୍କ ଜଲୱା ଦେଖାଇ ମ୍ୟାଚ୍‌ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।ସ୍ୱର୍ଣ୍ଣ ଜିତିବା ପରେ ନିତୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


ଅନ୍ୟପଟେ ନିତୁ ଘନଘାସଙ୍କ ପରେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତକୁ ଆଉ ଗୋଟିଏ ସ୍ୱର୍ଣ୍ଣ ମିଳିଛି। ସ୍ୱିଟି ବୋରା ୮୧ କେଜି ବର୍ଗରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ସେ ଫାଇନାଲ ମ୍ୟାଚ୍‌ରେ ଚାଇନାର ୱାଙ୍ଗ ଲିନାକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି। ଚାଇନାର ୱାଙ୍ଗ ଲିନାଙ୍କ ବିପକ୍ଷ ମ୍ୟାଚ୍‌ର ପ୍ରଥମ ରାଉଣ୍ଡରୁ ହିଁ ସ୍ୱିଟି ଆଟାକିଂ ମୁଡକୁ ଚାଲି ଆସିଥିଲେ। ସେ ପଞ୍ଚ ପରେ ପଞ୍ଚ ମାରି ୱାଙ୍ଗକୁ ଘାଇଲା କରିଥିଲେ। ଏହି ରାଉଣ୍ଡକୁ ସେ ଗୋଟିଏ ପଏଣ୍ଟ ବ୍ୟବଧାନରେ ବାଜିମାତ କରିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ୱାଙ୍ଗ କମବ୍ୟାକ କରି ସ୍ୱିଟିଙ୍କୁ ପଞ୍ଚ ଠିକ ସ୍ଥାନରେ ଲ୍ୟାଣ୍ଡ କରିବାକୁ ଦେଇ ନଥିଲେ। ଏହି ରାଉଣ୍ଡରେ ସ୍ୱିଟି ସାମାନ୍ୟ ବ୍ୟାକଫୁଟରେ ରହିଥିଲେ। ତଥାପି ୩-୨ରେ ସେ ଏହାକୁ ଜିତି ନେଇଥିଲେ।

Leave A Reply

Your email address will not be published.