ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ଯ୍ୟରତ ସରପଞ୍ଚଙ୍କ ହୃଦଘାତରେ ମୃତ୍ୟୁ

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଧୀନ କୁମ୍ଭାରମୁଣ୍ଡାକଟା ପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ ଶୈଳବାଳା ନାଏକ (୪୫)ଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟିଛି । ସେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ୨୦୨୨ ମାର୍ଚ୍ଚ ୧୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଞ୍ଚାୟତର ଜନସାଧାରଣ, ବ୍ଲକ ଅଧ୍ୟକ୍ଷା, ବିଡିଓ ଓ ବ୍ଲକ କର୍ମଚାରୀ ଗଣ ଏବଂ ରାଜନେତା ଗଣ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶେଷଦର୍ଶନ କରିଛନ୍ତି । ବାଙ୍ଗିରିପୋଷି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା ଦେବାଶୀଷ ମାରାଣ୍ଡି ଶ୍ରୀ ମତୀ ନାଏକଙ୍କ ବିୟୋଗରେ ମର୍ମାହତ ହେବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.