ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ଅଭିଯୋଗ: ଚୂଡ଼ାନ୍ତ ତାଲିକାରେ ନାଁ ନଥିବାରୁ ଚାପରେ ଥିଲେ ରାଜଶ୍ରୀ

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ସେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ରାଜଶ୍ରୀ ମହିଳା ସିନିୟର ଦଳରେ ଖେଳୁଥିଲେ। ପୁଡୁଚେରୀରେ ଏକ ୱାନଡେ ମ୍ୟାଚ୍ ଖେଳିବା ପାଇଁ ୨୫ ଜଣିଆ ଟିମ୍‌ ଘୋଷଣା କରାଯାଇଥିଲା। ରାଜଶ୍ରୀ ସେହି ଟିମ୍‌ ସ୍ଥାନ ପାଇଥିଲେ। ନିଜ ଟିମ୍‌ ସହ ରାଜଶ୍ରୀ କଟକ ବଜ୍ରକବାଟିରେ ଥିବା ଏକ ହୋଟେଲରେ ରହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ଗତ ୧୧ ତାରିଖରେ ରାଜଶ୍ରୀ ହୋଟେଲରୁ ବାହାରି ଯାଇଥିଲେ। ହେଲେ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଦୀର୍ଘ ସମୟ ଧରି ପ୍ରଶିକ୍ଷଣ ଶିବିରରେ ନ ପହଞ୍ଚିବାରୁ କୋଚ୍‌ ତାଙ୍କୁ ଫୋନ୍‌ କରିଥିଲେ। ହେଲେ ତାଙ୍କ ଫୋନ୍‌ ଲାଗି ନ ଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜଖୋଜି କରାଯାଇଥିଲା। ହେଲେ ତାଙ୍କ ପତ୍ତା ମିଳି ନଥିଲା। ଶେଷରେ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ରାଜଶ୍ରୀଙ୍କ କୋଚ୍ ଏତଲାରେ ଦର୍ଶାଇଛନ୍ତି ଯେ, ପୁଡୁଚେରୀରେ ଏକ ୱାନଡେ ମ୍ୟାଚ୍ ଖେଳିବା ପାଇଁ ଚୂଡ଼ାନ୍ତ ତାଲିକା ଘୋଷଣା କରାଯାଇଥିଲା। ଚୂଡ଼ାନ୍ତ ତାଲିକାରେ ରାଜଶ୍ରୀଙ୍କ ନାଁ ନଥିଲା। ଏଥିପାଇଁ ସେ ମାନସିକ ଚାପରେ ଥିଲେ।

Leave A Reply

Your email address will not be published.