ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ

ପାକିସ୍ତାନରେ ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ବେଳେ ମହିଳାମାନଙ୍କ ପୋଷାକ ପରିଧାନର ତରିକା ଏଥୁପାଇଁ ଅନ୍ୟତମ କାରଣ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ଦେଶରେ ବଢ଼ୁଥିବା ଯୌନ ନିର୍ଯାତନା ମାମଲା ରୋକିବାକୁ ତାଙ୍କ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା ବେଳେ ସେ କହିଥିଲେ ଯେ ଯଦି ଜଣେ ମହିଳା ଅତି ଛୋଟ କପଡ଼ାର ବସ୍ତ୍ର ପରିଧାନ କରିବେ ତେବେ ଜଣେ ପୁରୁଷ ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ | ଯଦି ସେ ପୁରୁଷ ନହୋଇ ରୋବୋଟ ହୋଇଥ ତା’ହେଲେ ଅଲଗା କଥା । କିନ୍ତୁ ପୁରୁଷ ହୋଇଥିଲେ ନିଶ୍ଚିତ ପ୍ରଭାବ ଦେଖାଯିବ ।

ଏହା ଏକ ସାଧାରଣ କଥା | ତେଣୁ ମହିଳାମାନେ ସେମାନଙ୍କ ପୋଷକ ପରିଧାନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ | ଶରୀରର ଉତ୍ତେଜନାକୁ ରୋକିବାକୁ ପରଦା ବ୍ୟବସ୍ଥା କରାଯାଇଛି । ସମସ୍ତେ ନିଜର ଶାରୀରିକ ଉତ୍ତେଜନା ନିୟନ୍ତ୍ରଣ କରିବାର ଇଚ୍ଛାଶକ୍ତି ରଖନ୍ତି ନାହିଁ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ବିରୋଧୀ ଦଳର ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Leave A Reply

Your email address will not be published.