ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ଜିତିଲେ ମହିଳା, ଶପଥ ନେଲେ ପୁରୁଷ

ଭୋପାଳ : ମଧ୍ୟପ୍ରଦେଶରେ ଅଜବ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇତଇବା ମହିଳାଙ୍କ ପରିବର୍ତ୍ତେ ତାଙ୍କ ସ୍ବାମୀ ତଥା ପରିଜନମାନେ ଶପଥ ନେଇଛନ୍ତି। ରାଜ୍ୟର ଅନେକ ଅଞ୍ଚଳରୁ ଏପରି ଚିତ୍ର ସାମ୍‌ନାକୁ ଆସିଛି। ଏପରି ସ୍ଥିତିରେ ଲୋକେ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସମ୍ବିଧାନର ନିୟମ ଉଲ୍ଲଙ୍ଘନ କରି ଏପରି କରାଯାଉଛି। ସାଗର ଜିଲ୍ଲାର ଦୁଇ ଗ୍ରାମ ପଞ୍ଚାୟତ ଏବଂ ଦମୋହର ହରଦା କ୍ଷେତ୍ରରେ ଏପରି ଘଟଣା ଘଟିଛି। ମହିଳାଙ୍କ ବଦଳରେ ତାଙ୍କ ସ୍ବାମୀ, ଦିଅର, ଶ୍ବଶୁର ପଞ୍ଚାୟତ ସଦସ୍ୟ ଭାବେ ଶପଥ ନେଇଛନ୍ତି। ୭ ମହିଳାଙ୍କ ସ୍ଥାନରେ ୭ ପୁରୁଷ ପଞ୍ଚ ଭାବେ ଶପଥ ଗ୍ରହଣ କରିଛନ୍ତି।

ଶପଥ ନେଉଥିବା ପୁରୁଷ ସମାନତା ଏବଂ ସମସ୍ତଙ୍କ ଅଧିକାରର ସୁରକ୍ଷା କରିବାକୁ କହୁଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଜୟେସନଗରରେ ମୋଟ ୨୧ ସଦସ୍ୟ ନିର୍ବାଚିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୦ ମହିଳା ‘ପଞ୍ଚ’ ଥିଲେ। ଏହି ୧୦ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ସଦସ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ଥିଲେ। ସେହିପରି ଦାମୋହର ଗାଇସାବାଦ ପଞ୍ଚାୟତରେ ନିର୍ବାଚିତ ସରପଞ୍ଚଙ୍କ ପତି ଏବଂ ୧୦ ପଞ୍ଚ ଶପଥ ନେଇଥିଲେ। ପଞ୍ଚାୟତ ରାଜ ଅଧିକାରୀ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଏହା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.