ଏକାଧିକ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାରେ ୧୧ ରାଜ୍ଯର ମହିଳା ଆଗରେ

ନୂଆଦିଲ୍ଲୀ: ଏକରୁ ଅଧିକ ଯୌନ ସାଥୀ ଅର୍ଥାତ ସେକ୍ସୁଆଲ ପାର୍ଟନର କରିବାରେ ଭାରତର ମହିଳାମାନେ ମଧ୍ୟ ପୁରୁଷଙ୍କ ପଛରେ ନାହାଁନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ର ସଦ୍ୟତମ ତଥ୍ୟ ଭାରତର ଅତି କମରେ ୧୧ଟି ରାଜ୍ୟରେ ଏହା ପ୍ରମାଣ କରିଛି। ଆଗରେ ରାଜସ୍ଥାନର ମହିଳାମାନେ ଅଛନ୍ତି। ଏହା ବ୍ୟତୀତ ମଧ୍ୟପ୍ରଦେଶ, ତାମିଲନାଡୁ, ଲଦାଖ ଭଳି ୧୦ ଟି ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଯୌନ ସାଥୀ ଅଧିକ ରହିଛନ୍ତି। NFHS ସର୍ଭେରେ ୧୫ରୁ ୪୯ ବର୍ଷ ବୟସ୍କ ମହିଳା ଓ ପୁରୁଷଙ୍କ ତଥ୍ଯ ନିଆଯାଇଥିଲା। ଯେଉଁଥିରେ ୧ ଳକ୍ଷ ୧୦ ହଜାର ମହିଳା ଏବଂ ୧ ଲକ୍ଷ ପୁରୁଷ ଥିଲେ। ସେମାନଙ୍କ ତଥ୍ୟ ଓ ପ୍ରତିକ୍ରିୟାକୁ ଆଧାର କରି ତଥ୍ୟ ପ୍ରସ୍ତୁତ କରାଯାଇଛି।

ରାଜସ୍ଥାନୀ ମହିଳାମାନଙ୍କର ଯୌନ ସାଥୀ ହାରାହାରି ୩.୧ ରହିଥିବାବେଳେ ପୁରୁଷମାନଙ୍କର ହାରାହାରି ୧.୮ ଯୌନ ସାଥୀ ଅଛନ୍ତି। NFHS ତଥ୍ୟ ଅନୁଯାୟୀ, ଦେଶରେ ମହିଳାମାନଙ୍କ ପାଇଁ ହାରାହାରି ସେକ୍ସ ପାର୍ଟନର ୧.୭ ଥିବାବେଳେ ପୁରୁଷଙ୍କ ସଂଖ୍ୟା  ୨.୧ ରହିଛି। ସେହିପରି ଦିଲ୍ଲୀରେ  ୧.୧, ମଧ୍ଯପ୍ରଦେଶ ୨.୫, ଉତ୍ତରପ୍ରଦେଶ ଓ ଆସାମର ୨.୨ ଆଭରେଜରେ ମହିଳାମାନଙ୍କର ଏକରୁ ଅଧିକ ଯୌନ ସାଥୀ ରହିଛନ୍ତି।

[wp-embedder-pack width=”100%” height=”400px” download=”all” download-text=”” attachment_id=”55846″ /]

୭୦୭ ଟି ଜିଲ୍ଲାରେ କରାଯାଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ : 

୨୦୧୯ ରୁ ୨୦୨୧ ମଧ୍ୟରେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ୨୮ ଟି ରାଜ୍ୟ ତଥା ଦେଶର ୮ ଟି କେନ୍ଦ୍ର ଶାସିତ ଅଞ୍ଚଳର ୭୦୭ ଟି ଜିଲ୍ଲାରେ ଏକ ସର୍ଭେ କରିଥିଲା। ଗତ କିଛି ମାସ ମଧ୍ୟରେ ମହିଳା ଏବଂ ପୁରୁଷଙ୍କ ଯୌନ ସମ୍ପର୍କ ଉପରେ NFHS ଆହୁରି ଅନେକ ତଥ୍ୟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

 

Leave a comment