ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡବ୍ଲ୍ୟୁଇଏଫ୍‌ ବିଶ୍ବ ଲିଙ୍ଗଗତ ଅସମାନତା ରିପୋର୍ଟ : ନିଜର ବ୍ୟବସାୟ ଆରମ୍ଭ କରିବାରେ ପୁରୁଷଙ୍କଠୁ ମହିଳା ଆଗରେ

ନୂଆଦିଲ୍ଲୀ : ନିଜର ବ୍ୟବସାୟ ଆରମ୍ଭ କରିବାରେ ଭାରତୀୟ ମହିଳାମାନେ ପୁରୁଷଙ୍କଠାରୁ ଆଗରେ। ବିଶ୍ବ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌) ଲିଙ୍ଗଗତ ଅସମାନତା ରିପୋର୍ଟ-୨୦୨୨ରେ ପ୍ରକାଶିତ ତଥ୍ୟାନୁଯାୟୀ, ୨୦୧୬ରୁ ୨୦୨୧ ମଧ୍ୟରେ ଷ୍ଟାର୍ଟଅପ୍‌ ଗୁଡିକରେ ମହିଳା ପ୍ରତିଷ୍ଠାତାଙ୍କ ଭାଗିଦାରୀ ୨.୬୮ ଗୁଣ ବୃଦ୍ଧି ପାଇଛି। ତୁଳନାତ୍ମକ ଭାବରେ ଏ କ୍ଷେତ୍ରରେ ପୁରୁଷ ପ୍ରତିଷ୍ଠାତାମାନଙ୍କ ଭାଗିଦାରୀ ମାତ୍ର ୧.୭୯ ଗୁଣ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୦ ଏବଂ ୨୦୨୧ରେ ମହିଳାମାନଙ୍କ ଦ୍ବାରା ସ୍ଥାପିତ ଉଦ୍ୟୋଗ ଗୁଡିକରେ ଅଭିବୃଦ୍ଧି ହାର ସର୍ବାଧିକ ରହିଥିଲା।

ଶ୍ରମଶକ୍ତି କ୍ଷେତ୍ରରେ ଶୀର୍ଷ ପଦବୀରେ ମହିଳାଙ୍କ ପ୍ରତିନିଧିତ୍ୱ ହେଉଛି ୧୮%, ଯାହାକି ଏ ପର୍ଯ୍ୟନ୍ତ କମ୍ । ସମାନ ପଦବୀରେ ଥିବା ପୁରୁଷଙ୍କ ପରି ମହିଳାମାନେ ପଦୋନ୍ନତି ପାଉନାହାଁନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ୪୨% ଅଧିକ ପଦରେ ପଦୋନ୍ନତି ପାଇପାରନ୍ତି।ଏ ସମ୍ପର୍କରେ ଲିଙ୍କଡଇନ୍‌ର ବରିଷ୍ଠ ନିର୍ଦ୍ଦେଶକ ରୁଚି ଆନନ୍ଦ କହିଛନ୍ତି ଯେ ଭାରତରେ କାର୍ଯ୍ୟରତ ମହିଳାମାନେ ପୁରୁଷଙ୍କ ଅପେକ୍ଷା କର୍ମକ୍ଷେତ୍ରରେ ଅଧିକ ପ୍ରତିବନ୍ଧକର ସାମ୍ନା କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହିଳାମାନେ ଚାପମୁକ୍ତ ରହୁଛନ୍ତି।

ଏହା ମଧ୍ୟ ଜାଣିବାକୁ ମିଳିଛିଯେ, କାହିଁକି ନେତୃତ୍ୱ ଭୂମିକାରେ ଥିବା ମହିଳାମାନେ ବରିଷ୍ଠ ପର୍ଯ୍ୟାୟରେ ପୁରୁଷ ସହକର୍ମୀମାନଙ୍କଠାରୁ ଅଧିକ ପଛରେ ରହିଛନ୍ତି। ଲିଙ୍କଡଇନ୍‌ ତଥ୍ୟ ଅନୁଯାୟୀ ମହିଳାମାନଙ୍କ ପ୍ରତିନିଧିତ୍ୱ ସିନିୟର ସ୍ତରରୁ ପରିଚାଳନାଗତ ସ୍ତରକୁ ୧୧ ପ୍ରତିଶତ ହ୍ରାସ ପାଇଛି। ସେହିପରି ବିରିଷ୍ଠ ସ୍ତରରେ ୨୯ ପ୍ରତିଶତରୁ ପରିଚାଳନାଗତ ସ୍ତରରେ ୧୮ ପ୍ରତିଶତକୁ ଖସିଆସିଛି। କିନ୍ତୁ ନିଯୁକ୍ତିଦାତାମାନେ କର୍ମକ୍ଷେତ୍ରରେ ଲିଙ୍ଗଗତ ଅସନ୍ତୁଳନକୁ କିପରି ସମାଧାନ କରିପାରିବେ ତାହା ଏବେ ମୁଖ୍ୟ ବିଷୟ। ଆନନ୍ଦଙ୍କ ମତରେ ଲିଙ୍ଗଗତ ଅସନ୍ତୁଳନତା ଜନିତ ଆହ୍ବାନକୁ ଦେଖିବା ପାଇଁ କୌଶଳ ଏବଂ ନମନୀୟତା ଉପରେ ଧ୍ୟାନ ଦେଇ ନିଯୁକ୍ତିଦାତା ଆଭ୍ୟନ୍ତରୀଣ ଗତିଶୀଳତା, ନ୍ୟାୟଯୁକ୍ତ ନିଯୁକ୍ତି ଅଭ୍ୟାସ ପରି କାରକ ଉପରେ ଧ୍ୟାନ ଦେବା ଉଚିତ୍।

ଆଭ୍ୟନ୍ତରୀଣ ଗତିଶୀଳତା, ଦକ୍ଷତା ଏବଂ ନମନୀୟତା ଉପରେ ଧ୍ୟାନ ଦେଇ ନିରପେକ୍ଷ ନିଯୁକ୍ତି ଅଭ୍ୟାସ କେବଳ ମହିଳାମାନଙ୍କ ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ ନୁହେଁ, ବରଂ ସନ୍ତୁଳିତ ପ୍ରତିନିଧିତ୍ୱ, ଦୃଷ୍ଟିକୋଣର ବିବିଧତା ଏବଂ କର୍ମକ୍ଷେତ୍ରରେ ଅନ୍ତର୍ଭୂକ୍ତ ନେତୃତ୍ୱ ମାଧ୍ୟମରେ ଦକ୍ଷତା ବୃଦ୍ଧି କରିବାରେ ପ୍ରମୁଖ ପ୍ରମାଣ କରିବ।

Leave A Reply

Your email address will not be published.