ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନ୍ଯାୟ ନ ମିଳିବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ଯା ଉଦ୍ଯମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସ ସଠିକ ତଦନ୍ତ ନ କରିବାରୁ ଜଣେ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । କିରୋସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୁଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ ।

ସୂଚନା ଅନୁଯାୟୀ,  ଗତ ୯ ତାରିଖରେ ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ଯ ଚାଲିଥିଲା ବେଳେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ଓ ଭାଉଜଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ କାର୍ଯ୍ଯାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇଥିଲେ । ଯାହାର ପ୍ରତିବାଦରେ ଆଜି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୋଗକାରୀ ମହିଳା। ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସାଲୟକୁ ନିଆଯାଇଛି।

Leave A Reply

Your email address will not be published.