ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଣ୍ଡ ତାନ୍ତ୍ରିକର ମହିଳାଙ୍କୁ ୭୯ ଦିନ ଦୁଷ୍କର୍ମ ଘଟଣା: ବନ୍ଦ କୋଠରୀରୁ ତଦନ୍ତ ଆରମ୍ଭ

ଜଳେଶ୍ଵର: ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଘଟଣାରେ ପୋଲିସର ବିଳମ୍ବିତ କାର୍ଯ୍ୟପ୍ରଣାଳୀକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଭୋଗରାଇ ଅଞ୍ଚଳର ଜଣେ ଭଣ୍ଡ ତାନ୍ତ୍ରିକ ଦୀର୍ଘ ୭୯ ଦିନ ଧରି ବନ୍ଦ କୋଠରୀ ଭିତରେ ଦୁଷ୍କର୍ମ କରିଥିବା ନେଇ ଜଳେଶ୍ବର ଥାନାରେ ଗତ ୫ ମେ ଗୁରୁବାର ସାନ୍ଧ୍ୟ ଏତଲା ଦାଏର ହୋଇଥିଲା। ଯୌତୁକ, ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବା ଧମକ ଭଳି ଅଭିଯୋଗ ମୂଳେ କେଶ ନମ୍ବର ୧୬୯/୨୨ ମାମାଲ ରୁଜ୍ଜୁ ହୋଇଛି । ଦଫା ୪୯୮-ଏ,୨୯୪,୩୨୩,୩୪୨,୪୧୭,୧୦୯,୩୭୬(a) ଭଳି ସଙ୍ଗିନ ଦଫା ଲାଗିଛି । ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ପିଡିତାଙ୍କୁ ମେଡ଼ିକାଲ କରାଯାଇଥିବାବେଳେ ଜଳେଶ୍ବର ପୋଲିସର ସ୍ୱତନ୍ତ୍ର ଟିମ ମୋରଡା ସ୍ଥିତ ବଇଞ୍ଚଡ଼ିହା ଗ୍ରାମରୁ ପୀଡିତଙ୍କୁ ଉଦ୍ଧାର କରାଯାଇଥିବା ଘରୁ ପ୍ରଥମର ତଦନ୍ତ ପାଇ ପହଞ୍ଚିଥିଲା। ଅନ୍ୟପଟେ ଆଜି ଅପରାହ୍ନ ସମୟରେ ଚମରଗାଁର ପୂର୍ଣ୍ଣଚନ୍ଦ୍ର ଜେନା,ସ୍ୱାମୀ ନୀଳମଣି ଜେନା ,ଶାଶୁ ଗୀତାରଣି ଜେନା ,ଦିଅର ସୂର୍ଯ୍ୟମଣି ଜେନାଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଛି। ତେବେ ଭଣ୍ଡ ତାନ୍ତ୍ରିକକୁ ପୋଲିସ କେବେ ଗିରଫ କରିବ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.