ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣା: ମିଳିଲା ମହିଳାଙ୍କ ପରିଚୟ, ଅଟୋରେ ବାତ ରୋଗର ଶିକାର ହେବାରୁ ଓହ୍ଲାଇ ଦେଇଥିଲେ ଚାଳକ

ବାରିପଦା: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଘର ମରୋଡା ଥାନା ଅନ୍ତର୍ଗତ ଛୋଟରାୟପୁର ଅଞ୍ଚଳରେ। ଉକ୍ତ  ମହିଳାଙ୍କ ନାମ  ପ୍ରଭାତି ମହାନ୍ତ । ମହିଳା ଜଣଙ୍କ ବାପଘର ଜାମଶୁଳିରୁ ଶାଶୁଘର ମୋରଡା ଥାନା ଅଞ୍ଚଳକୁ ଯିବା ସମୟରେ ଅଟୋରେ ବାତ ରୋଗର ଶିକାର ହୋଇଥିଲେ। ସେ ନିଶାଶକ୍ତ ଥିବାରୁ ସମ୍ଭବତ ଅଟୋରେ ଥିବା ଲୋକମାନେ ତାଙ୍କୁ ଓହ୍ଲାଇଦେଇ ପଳାଇଥିଲେ।

ଯାହାକୁ ସ୍ଥାନୀୟ ଲୋକେ ଫୋପାଡିବା ରୂପ ଦେଇଛନ୍ତି ବୋଲି ଆଇଆଇସି ପ୍ରେମଦା ନାୟକ କହିଛନ୍ତି। ତେବେ ଅଟୋ ଚାଳକ କିମ୍ବା ଅଟୋର କୌଣସି ସୂଚନା ମିଳିନଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ପୁଲିସ ସୂଚନା ଦେଇଛି। ଗତକାଲି ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାରେ ଥିବା ବୁଦୁବୁଦିଆ ଜଙ୍ଗଲରେ ମହିଳାଙ୍କୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଗାଈ ଜଗୁଆଳମାନେ ଦେଖି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଲୋକେ। ପୋଲିସ୍ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲା।

Leave A Reply

Your email address will not be published.