ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ହସ୍ପିଟାଲରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଗୁରୁତର ହୋଇ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତୀ ମହିଳାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି । ଏବେ କୋଭିଡ ହସ୍ପିଟାଲରେ ମା’ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରେ ରହିଥିବା ବେଳେ ନବଜାତ ଶିଶୁ କନ୍ୟାକୁ ଏସ୍‌ଏନ୍ଏସ୍‌ୟୁରେ ରଖାଯାଇଛି। ଗତକାଲି ଆସନ୍ନ ପ୍ରସବାଙ୍କୁ ଗୁରୁତର ଭାବେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିବା କହିଥିଲେ, ତେଣୁ ତାଙ୍କର କୋଭିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଯାହା ନେଗେଟିଭ୍ ଆସିଥିଲା କିନ୍ତୁ ତାଙ୍କର ସମସ୍ତ ଲକ୍ଷଣ କୋଭିଡ ଆକ୍ରାନ୍ତଙ୍କ ଭଳି ରହିଥିବାରୁ ତାଙ୍କର ନମୁନା RTPCR ଟେଷ୍ଟ ପାଇଁ ପଠାଯାଇଛି । ଏବଂ ତାଙ୍କର ଅକ୍ସିଜେନ୍ ସାଚୁରିଟୀ ଲେଭଲ୍ ପ୍ରାୟ ୪୦ ରହିଥିବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରେ ରଖାଯାଇଛି । ତେବେ ରାତିରେ ସେ ପ୍ରସବକାଳୀନ ବ୍ୟଥା ଅନୁଭବ କରିଥିଲେ । ଏଣୁ ତାଙ୍କୁ ଭେଣ୍ଟିଲେଟର ଏବଂ ଆଇସିୟୁର ସହାୟତାରେ ଡାକ୍ତର ସାମଲ ଏବଂ ଅନ୍ୟ ନର୍ସ ମାନେ ମିଳିତ ଭାବେ ସଫଳତାର ସହିତ ନର୍ମାଲ ଡେଲିଭରୀ କରାଇଥିଲେ ।

Leave A Reply

Your email address will not be published.