ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରକୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

ସୁନ୍ଦରଗଡ଼: ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ। ସୁନ୍ଦରଗଡ଼ ସଦର ଥାନା କୋପସିଂଘା ଅଞ୍ଚଳରେ ଜଣେ ଶ୍ରମଜୀବୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏତଲା ପରେ ପରେ ପୁଲିସ ତନାଘନା ଚଲାଇ ୩ ଜଣଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି। ସ୍ୱାମୀ ପରିତ୍ୟକ୍ତା ମହିଳା ଜଣକ ମାଛ ବିକି ଗୁଜୁରାଣ ମେଣ୍ଟାନ୍ତି।

ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ଼ ସହରରେ ମାଛ ବିକି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଦେଖି ୪ ଜଣ ଯୁବକ ଜୋରଜବରଦସ୍ତ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ବହୁ କଷ୍ଟରେ ମହିଳାଜଣକ ଘଟଣାସ୍ଥଳରୁ ଆସି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

Leave A Reply

Your email address will not be published.