ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ଖାଲିଗାଁ ରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁ ମଝିରେ ଯାଇଥିବା ଜୀବନ୍ତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତରଙ୍ଗିନୀ ରଣା(୫୫) ।

ସୂଚନା ଅନୁସାରେ, ଆଜି ଖାଲିଗାଁର ତରଙ୍ଗିନୀ ରଣା(୫୫) ନଳକୂପକୁ ପାଣି ନେଇଯାଉଥିବା ବେଳେ ତାଙ୍କ ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ସେ ତାରରେ ଗୁଡେଇ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ବାରମ୍ବାର ଗ୍ରାମବାସୀ ଦୀର୍ଘ ଦିନରୁ ଏହି ବିଦ୍ୟୁତ ତାରକୁ ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରିନଥିବାରୁ ଆଜି ଏପରି ଏକ ଅଘଟଣ ଘଟିଲା। ବିଦ୍ୟୁତ ବିଭାଗର ଖମଖିଆଲ ମାନଭାଵ ଯୋଗୁଁ ଏହା ଘଟିଥିବାରୁ ବିଦ୍ୟୁତ ବିଭାଗର ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ ନଆସିବା ପର୍ଯ୍ୟନ୍ତ ଶବକୁ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ଆଡି ବାସିଥିଲେ।ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡିର ଏଏସ୍ଆଇ ସୁବାଷ ଚନ୍ଦ୍ର ମିଶ୍ର ପହଂଚି ଲାକଙ୍କୁ ବୁଝାସୁଝା କରିଥିଲେ।

Leave A Reply

Your email address will not be published.