ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ପୋରପ।ଳିକ। ୮ୱାର୍ଡ ଯୋଡା ବସ୍ତିର ଜଣେ ମହିଳା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳାଙ୍କ ନାମ ଗୌରୀ ନାଏକ(୩୦)। ମହିଳାଙ୍କ ମୃତଦେହ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଧରଣୀଧର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ମହିଳା ଜଣକ ଶନିବାର ସକାଳ ପ୍ରାୟ ୯.୩୦ମିନିଟ୍ ସମୟରେ ସଜନା ଛୁଇଁ ତୋଳୁଥିବା ବେଳ କୌଣସି କାରଣରୁ ଗଛ ଉପର ଦେଇ ଓହଳି ଥିବା ୧୧କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ଯୋଡା ସ୍ଥିତ ଟାଟା ଷ୍ଟିଲ ଡାକ୍ତର ଖାନାକୁ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲ।

ସେଠାରୁ ମୃତ ଦେହ ଆଣିବା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳର ମହିଳା ନିରୁପମା ନାଏକ, ଜନ୍ମଞ୍ଜୟ ନାଏକ ଗଣମାଧ୍ୟମ ଆଗରେ ଅଭିଯୋଗ କରି କହିଥିଲେ ଯେ, ବିଦ୍ୟୁତ୍ ବିଭାଗର ଅଣଦେଖା କାରଣରୁ ସେଠାରେ ହାଇ ଭଲ୍ଟ ର ବିଦ୍ୟୁତ୍ ତାର ଦୀର୍ଘ ଦିନ ହେବ ଓହଳି ପଡ଼ିଛି। ଲୋକେ ଯିବ। ଆସିବା ସମୟରେ ଅସୁରକ୍ଷିତ ମଣୁଥିଲେ, ତେବେ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ଅଣଦେଖା କରା ଯାଇଛି ।ଯାହାର ପରିଣାମ ସ୍ବରୂପ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଛନ୍ତି ।ମହିଳା ଙ୍କ ପରିବାର କୁ ଆର୍ଥିକ କ୍ଷତିପୂରଣ ନ ମିଳିଲେ ସେମାନେ ଶବ ରଖି ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରଖିବେ ବୋଲି କହିଥିଲେ ।ଖବର ଲେଖା ହେଲା ବେଳକୁ ଘଟଣାସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ ଆସି ନ ଥିବା ଲୋକେ କହିଥିଲେ  ।

Leave A Reply

Your email address will not be published.