ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାଣ ବର୍ଷାରେ କାନ୍ଥ ପଡି ମହିଳା ମୃତ

ମୋରଡା: ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ସକାଳୁ ମୋରଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମୁଷଳ ଧାରାରେ ବର୍ଷା ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କାଞ୍ଚନି ବେହେରା। କାଞ୍ଚନୀ ସ୍ୱାମୀଙ୍କ ସହ ମନାନ୍ତର ଯୋଗୁ ଦୀର୍ଘ ଦିନ ହେବ ନିଜ ବାପାଙ୍କ ପାଖରେ ପଳାଶମୁଣ୍ଡୁଳୀ ଗ୍ରାମରେ ରହୁଥିଲେ। ତାଙ୍କର ଦୁଇରି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ତେବେ କାଞ୍ଚନି ସକାଳେ ବର୍ଷା ଯୋଗୁଁ ଘର ଭିତରେ ଶୋଇଥିବା ବେଳେ ହଠାତ ଘରର କାନ୍ଥ ସହିତ ଚାଳ ଛପର ଭୁଶୁଡି ପଡିଥିଲା, ଯାହାଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ମୋରଡ଼ା ଥାନା କୁ ଜଣାଇବା ପରେ ତାଙ୍କୁ ବାରିପଦା ପିଆର ଏମ ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ପହଂଚଛନ୍ତି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି ତାହା ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.