ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିମ୍‌‌ ଭିତରେ ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଜାରି

କଟକ: ଜିମ୍‌‌ ଭିତରେ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଉକ୍ତ ଜିମ୍‌‌ର ମାଲିକ। ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ। ପ୍ରଶିକ୍ଷଣ ଦେଇ ଏହି ସମ୍ପର୍କକୁ ନିବିଡ଼ କରିଥିଲେ। ହେଲେ ଏନର୍ଜି ଡ୍ରିଙ୍କ୍‌‌ସ(ଜିମ୍‌‌ ବ୍ୟବହାରକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପାନୀୟ)ରେ ନିଶା ଦେଇ ତାଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିଲେ। ଏହି ଘଟଣାର ଫଟୋ ରଖି ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଦେଇ ଆସୁଥିଲେ ମାନସିକ ଓ ଶାରୀରିକ ନିର୍ଯାତନା। ଶେଷରେ ଯୁବତୀ ଜଣକ ଅତିଷ୍ଠ ହୋଇ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ସିଡିଏ ସେକ୍ଟର-୯ ଅଞ୍ଚଳରେ ରହନ୍ତି ସୀମା(ଛଦ୍ମନାମ)। ଗତବର୍ଷ ଜାନୁଆରୀ ୨ ତାରିଖରେ ସେ ସ୍ଥାନୀୟ ଅଞ୍ଚଳର ଏକ ଜିମ୍‌‌ରେ ଯୋଗଦେଇଥିଲେ। ଜିମ୍‌‌ର ମାଲିକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେହିବର୍ଷ ଫେବୃଆରୀ ୧୨ ତାରିଖରେ ଜିମ୍‌‌ର ମାଲିକ ସୀମାଙ୍କୁ ପ୍ରେମ ନିବେଦନ କରିଥିଲେ। ଉଭୟଙ୍କ ଭିତରେ କିଛି ଦିନର ବନ୍ଧୁତା ସ୍ଥାପନ ହେବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଜିମ୍‌‌ରେ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ସୀମାଙ୍କୁ ସହଯୋଗ କରୁଥିଲେ ଜିମ୍‌‌ର ମାଲିକ। ୨୦୨୨ ମାର୍ଚ୍ଚ ୧୬ ତାରିଖର ଘଟଣା। ଜିମ୍‌‌ ବନ୍ଦ ହେବା ସମୟ। ସୀମା ଜିମ୍‌‌ରେ ଶାରୀରିକ ଅଭ୍ୟାସ କରୁଥିଲେ। ଏହି ସମୟରେ ଜିମ୍‌‌ର ମାଲିକ ସେଠାରେ ପହଞ୍ଚିଥିଲେ। ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କିଛି ସମୟ ପରେ ଶରୀର ଫୂର୍ତ୍ତି ରହିବ ବୋଲି କହି ଏନର୍ଜି ଡ୍ରିଙ୍କ୍‌‌ସ ଏବଂ ପୁଷ୍ଟିକର ପାନୀୟ ଦେଇଥିଲେ। ଏହାକୁ ପିଇବା ପରେ ସୀମା ଫୂର୍ତ୍ତି ଅନୁଭବ କରିଥିଲେ ସୁଦ୍ଧା କିଛି ସମୟ ପରେ ନିସ୍ତେଜ ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଜିମ୍‌‌ର ମାଲିକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉତ୍ତୋଳନ କରି ନେଇଥିଲେ। ଏହାପରେ ଏହି ଫଟୋ ସବୁ ଦେଖାଇ ବ୍ଲାକ୍‌‌ମେଲିଂ କରିଥିଲେ ଜିମ୍‌‌ର ମାଲିକ। ଜିମ୍‌‌ରେ ଏବଂ ମାଲିକଙ୍କ ଘରେ ବାରମ୍ବାର ସୀମାଙ୍କୁ ସେ ଦୁଷ୍କର୍ମ କରିଥିଲେ।

ହେଲେ ଏହି ଘଟଣାର ନୂଆମୋଡ଼ ଦେବା ପାଇଁ ଜିମ୍‌‌ର ମାଲିକ ଜଣକ ନିଜ ମାଆଙ୍କ ସହିତ ସୀମାଙ୍କର ପରିଚୟ କରାଇଥିଲେ। ବିବାହ କରିବେ ବୋଲି ମଧ୍ୟ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ପରେ ଉଭୟ ଏକାଠି କଶ୍ମୀର ବୁଲିବାକୁ ଯାଇଥିଲେ। ହେଲେ ହଠାତ୍‌‌ ଏହି ଘଟଣା ପୁଣି ଅନ୍ୟ ଏକ ମୋଡ଼ ନେଇଥିଲା। ଜିମ୍‌‌ର ମାଲିକଙ୍କ ହାବଭାବ ବଦଳି ଯାଇଥିଲା। ସେ ସୀମାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସୀମାଙ୍କ ଚରିତ୍ରକୁ ଆକ୍ଷେପ କରି ବିଭିନ୍ନ ସ୍ଥାନରେ ଗୁଜବ ସୃଷ୍ଟି କରିଥିଲେ। ଜିମ୍‌‌ ମାଲିକଙ୍କ ମାଆଙ୍କ ପାଖକୁ ଯିବାକୁ ସୀମା ନିବେଦନ କରିଥିଲେ। ହେଲେ ଧରାଛୁଆଁ ଦେଇ ନ ଥିଲେ ଜିମ୍‌‌ ମାଲିକ। ଏପରିକି ସୀମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବେ ବୋଲି ତାଙ୍କ ପରିବାରକୁ କହି ଧମକଚମକ ଦେଉଛନ୍ତି। ଏ ବିଷୟରେ ସୀମା ମର୍କତନଗର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.