ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ୟ ପାଇଁ ଉଦାହରଣ ସାଜିଲେ ସୁଶୀଲ, ନିଜ ଗଛିତ ଧନରେ ଗାଁ ପାଇଁ ମେଡିକାଲ, ମନ୍ଦିର ଓ ସ୍ମଶାନ କରି ଜିଲ୍ଲାରେ ଚର୍ଚ୍ଚିତ

କେନ୍ଦ୍ରାପଡା: ନିଜର ଛୋଟିଆ ଗାଁକୁ ସହରରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ସାଧାରଣ ମଣିଷ l ନିଜ ଉପାର୍ଜିତ ଧନରୁ ଗାଁରେ ମେଡିକାଲ ମନ୍ଦିର ଆଉ ସ୍ମଶାନ କରି ଆଜି ଚର୍ଚ୍ଚାରେ l ଏହାପରେ ଆହୁରି ଅନେକ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି l ଜୀବନ ସାରା ରୋଜଗାର କଲେ l ଅବସର ବୟସ ହେବାରୁ ଗାଁକୁ ଫେରି ଆସିଲେ l ଗାଁର ଚଳଣି ଆଉ ସହର ଚଳଣି ଫରକ ଜାଣିବାକୁ ପାଇଲେ l ଲୋକଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଦେଖି ଆଉ ରହିପାରିଲେନି l ନିଜ ଗାଁକୁ ସହର ସହ ତୁଳନା କରିବାକୁ ଯାଇ ଆରମ୍ଭ କରିଛନ୍ତି ଏକ ମାଷ୍ଟର ପ୍ରୋଜେକ୍ଟ l ନିଜ ଉପାର୍ଜିତ ଟଙ୍କାରେ ମେଡିକାଲ, ମନ୍ଦିର, ସ୍ମଶାନ ଭଳି ଅନେକ କାମ ଆରମ୍ଭ କରିଛନ୍ତି l ବାକି ଜୀବନ ଗାଁର ସେବାରେ ଲୋକଙ୍କ ମୌଳିକ ସୁବିଧାର ଉର୍ନତି ପାଇଁ ପ୍ରବାସୀ ସୁଶୀଲ ରାଉତ ଏବେ ଜିଲ୍ଲା ତମାମ ଚର୍ଚ୍ଚାରେ l

ଭିଟା ମାଟି ପାଇଁ କିଛି କରିବାର ଆଶାରେ ଗାଁକୁ ଫେରି ଲୋକଙ୍କ ମୌଳିକ ସୁବିଧା ପାଇଁ ନିଜ ଜୀବନର ସଂଚିତ ପୁଞ୍ଜିକୁ ଲୋକଙ୍କ ପାଇଁ ସମ୍ପର୍ପିତ କରୁଛନ୍ତି ଏହି ପ୍ରବାସୀ l ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମହଣି ପଞ୍ଚାୟତ ନୂଆଡିଆ ଗ୍ରାମର-ସୁଶୀଲ କୁମାର ରାଉତଙ୍କ କଥା l ପିଲାଟି ଦିନରୁ ଗାଁ ଛାଡି ବିଦେଶ ଚାଲିଗଲେ l ସେଠିରହି ରୋଜଗାର କଲେ ଓ ବର୍ତ୍ତମାନ ସେ ଅବସରରେ ଗାଁ କୁ ଫେରି ଲୋକଙ୍କ ସୁବିଧା ପାଇଁ ଗାଁ ରେ ନିଜ ପୈତୃକ ଜାଗାରେ ନିର୍ମାଣ କରୁଛନ୍ତି ଏକ ମନ୍ଦିର,ମେଡିକାଲ ଆଉ ସ୍ମଶାନ l କିନ୍ତୁ ଭିର୍ଣ୍ଣ ଏକ ଉଦେଶ୍ୟରେ ନିର୍ମାଣ କରାଯାଉଛି ଏହି ପ୍ରୋଜେକ୍ଟ l କେବଳ ମନ୍ଦିରରେ ଭଗବାନକୁ ପୂଜା କରାଯିବ ତାହା ନୁହେଁ l ମନ୍ଦିର ପରିସରରେ ନିର୍ମାଣ ଚାଲିଛି ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର l ଯୋଉଠି ଗ୍ରାମର ଲୋକମାନେ -ଦେହ ଖରାପ ହେଲେ ବାହାରକୁ ନଯାଇ ସେହି ସ୍ଥାନରେ ସଂଗେ ସଂଗେ ଚିକିତ୍ସା ପାଇପାରିବେ l
ଏଥି ସହିତ ମନ୍ଦିରକୁ ଲାଗି ଏକ ମୁକ୍ତି ମଣ୍ଡପ ମଧ୍ୟ କରୁଛନ୍ତି ସୁଶୀଲ -ତାଙ୍କର କହିବା କଥା ଏହି ସ୍ଥାନ ଧୋୟା ଅଞ୍ଚଳରେ ହୋଇଥିବାରୁ ବର୍ଷା ଦିନେ ଶବ ଦାହ ପାଇଁ ଅନେକ ସମସ୍ୟା ହୁଏ l କିନ୍ତୁ ଏମିତି ଏକ ମୁକ୍ତି ମଣ୍ଡପ ହେବା ଦ୍ୱାରା ଲୋକେ ସୁବିଧାରେ ଏଠାରେ ଶବ ଦାହ କରିପାରିବେ l

with-his-own-savings-man-providing-medical-care-temples-and-cemeteries-for-the-village

ଏଥି ସହିତ ମନ୍ଦିରରେ ଗରିବ ଓ ଅସହାୟ ଲୋକଙ୍କୁ ପ୍ରତ୍ୟେକ ଦିନ ମାଗଣାରେ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରିଛନ୍ତି l ନିଜ ଜୀବନର ଶେଷ ସମୟକୁ ଏହି ଗ୍ରାମର ଲୋକଙ୍କ ମଙ୍ଗଳ ପାଇଁ କିଛି କରିବା ଉଦେଶ୍ୟରେ ଆଗକୁ ବଢ଼ିଥିବା କହିଛନ୍ତି ସୁଶୀଲ l
ବିଦେଶ ଗଲାପରେ ନିଜ ଜନ୍ମମାଟିକୁ ଭୁଲି ସହରରେ ଘର କିଣିବା ଆଉ ନିଜେ ନିଜ ପରିବାର ସହ ଚାକଚକ୍ୟରେ ରହିବାକୁ ଅନେକ ଲୋକ ପସନ୍ଦ କରନ୍ତି l ହେଲେ ସୁଶୀଲ ନିଜ ମାଟି ପାଇଁ କିଛି କରିବାର ଆଶା ନେଇ ଗାଁକୁ ଫେରିଛନ୍ତି l ଏହାଛଡା ଗ୍ରାମର ୩ ଜଣ ଗରିବ ପରିବାରର ଯୁବତୀଙ୍କୁ ନିଜ ଟଙ୍କାରେ ବିବାହ କରାଇଛନ୍ତି ବୋଲି ସରପଞ୍ଚ କୁଳମଣି ମଲ୍ଲିକ କହିଛନ୍ତି l ସୁଶୀଲଙ୍କ ଏଭଳି କର୍ତଵ୍ୟ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି l

Leave A Reply

Your email address will not be published.