ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ୫ଶହରୁ ଅଧିକ ଶିଳ୍ପପତି ଓ ବଡ଼ ବିଜନେସ୍ ମ୍ୟାନ

ଭୁବନେଶ୍ବର : ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥି ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏଥି ସହିତ ଆଜି ବେଙ୍ଗାଲୁରୁରେ ଗଭମେଣ୍ଟ ସହ ବିଜନେସ୍ ବା G2B ମିଟିଂରେ ଏକାଧିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ବିଜନେସ୍‌ମ୍ୟାନ୍‌ ଫିଲାନଥ୍ରୋପିଷ୍ଟ ଏବଂ ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଜିମ ପ୍ରେମଜୀଙ୍କ ସହ ଓ୍ବାନଟୁ ଓ୍ବାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୫ମ ରୋଡ ସୋ । ଏଥି ସହିତ ଆଜି ମୁଖ୍ୟମନ୍ତ୍ରୀ ଗୋଲଡେନ ହ୍ୟାଚେରୀର ପରିଚାଳନା ନିର୍ଦ୍ଦେଶକ ସୟେଦ ଫହାଦ, ୯୧-ସ୍ପ୍ରିଙ୍ଗବୋର୍ଡର ସହପ୍ରତିଷ୍ଠାତା ଭରୁଣ ଚାୱଲା ଓ ପ୍ରନୟ ଗୁପ୍ତା, ଡୋଡିଆ ଡାଏରୀର ନିର୍ଦ୍ଦେଶକ ଏଏମଏସ୍ ରେଡ୍ଡୀ, ନେଷ୍ଟଆୱେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମର୍ଲିନହକ ଏରୋସ୍ପେସ ଲିମିଟେଡର ନିର୍ଦ୍ଦେଶକ ଜାବି ଯୋଶେଫ ଆଣ୍ଡ୍ରୋଥଙ୍କ ଭଳି ପ୍ରତିଷ୍ଠିତ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତାକାଲି ବେଙ୍ଗାଲୁରୁର ହୋଟେଲ ତାଜ ଓ୍ବେଷ୍ଟ୍ ଏଣ୍ଡଠାରେ ଅନୁଷ୍ଠିତ ହୋଉଥିବା ଏହି ଇନଭେଷ୍ଟର ମିଟର ଫୋକସ କ୍ଷେତ୍ର ରହିଛି ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ ଉଦ୍ୟୋଗ। ଓଡ଼ିଶା ସରକାରଙ୍କ ଫ୍ଲାଗ୍ ସିପ୍ ଇନଭେଷ୍ଟମେଣ୍ଟ ସମ୍ମିଟ୍ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ୨୦୨୨କୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟର ଲକ୍ଷ୍ୟ ।

ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଭେଟିବାକୁ ଥିବା ନିବେଶକଙ୍କ ମଧ୍ୟରେ ଅଛନ୍ତି IBM ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଙ୍ଗ୍ ପାର୍ଟନର ଅମିତ୍ ଶର୍ମା, ଓ୍ବିପ୍ରୋ ଜିଇ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଏବଂ ସିଇଓ ଶ୍ରବଣ ଶୁବ୍ରମଣ୍ୟମ୍, ଇଈଈ କମ୍ପାନୀର ସିଇଓ ଟି.କେ.ଶ୍ରୀଧର, ଇଣ୍ଡୋ ନିଶିନ୍ ଫୁଡ୍ସର ଏମଡି ଏବଂ ସିଇଓ ଗୌତମ ଶର୍ମା, ଟିଟିକେ ପ୍ରେଷ୍ଟିଜ୍ କମ୍ପାନୀର ସିଇଓ ସାରନୟନ, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି.ଏସ.ଗଣେଶ, ହାପିଏଷ୍ଟ ମାଇଣ୍ଡସ୍ର ସିଇଓ ଭେଙ୍କଟରମଣ ଏନ୍, କଟନ୍ ଓ୍ବାର୍ଲଡ୍ର ଫାଉଣ୍ଡର ଏମଡି ବିଏନ୍ ମୋନାପ୍ପା, ଓ୍ବଣ୍ଡ୍ରେଲା କମ୍ପାନୀ ଏମଡି ଅରୁଣ ଚିତାପାଲି, ଇଣ୍ଡିଆନ୍ ଷ୍ଟିଚେସ୍ ପ୍ରାଇଭେଟ୍ ଲିମିଟେଡର ସିଏମଡି ବିଶାଳ ସେହଗଲ ପ୍ରମୁଖ ।

ଆସନ୍ତାକାଲି ବେଙ୍ଗାଲୁରୁର ହୋଟେଲ ତାଜ୍ ଓ୍ବେଷ୍ଟ ଏଣ୍ଡରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ ବିଭିନ୍ନ ସେକ୍ଟରରୁ ପ୍ରାୟ ୫୦୦ରୁ ଅଧିକ ଶିଳ୍ପପତି ଓ ବଡ଼ ବିଜନେସ୍‌ ମ୍ୟାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୁବାଇ ପରେ ମୁମ୍ବାଇ ଆଉ ଏବେ ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କରି ବଡ଼ ଶିଲ୍ପପତିଙ୍କୁ ଭଟିବା ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ।  ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଥିବା ସମ୍ଭାବନା ସୁଯୋଗ ଓ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.