ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତଦିନର ସୁପର୍‌ଫୁଡ୍‌ ଗ୍ରୀନ୍‌ମଟର

ଶୀତଦିନରେ ପ୍ରଚୁର ପରିମାଣରେ ମିଳୁଥିବା ଗ୍ରୀନ୍‌ ମଟର ପୋଷକତ୍ତ୍ବରେ ଭରପୂର ଥିବାରୁ ଶାକାହାରୀଙ୍କ ପାଇଁ ବେଶ୍‌ ଲାଭଦାୟକ। ଅନେକ ପ୍ରକାର ରୋଗ ଦୂର କରୁଥିବାରୁ ଏହାକୁ ଶୀତଦିନର ସୁପର୍‌ଫୁଡ୍‌ ବୋଲି କୁହାଯାଉଛି। ଗ୍ରୀନ୍‌ ମଟରର ସ୍ବାସ୍ଥ୍ୟପ୍ରଦ ଗୁଣଗୁଡ଼ିକୁ ହେଉଛି–

  • ଗ୍ରୀନ୍‌ ମଟରରେ ପ୍ରୋଟିନ୍ ଓ ଫାଇବର୍‌ର ମାତ୍ରା ଅଧିକ ଥିବାରୁ ଭୋକ ନିୟନ୍ତ୍ରଣରେ ରହିଥାଏ। କ୍ୟାଲୋରୀର ମାତ୍ରା ବହୁତ କମ୍ ଥିବାରୁ ଏହା ଓଜନ ହ୍ରାସ କରି ଶରୀରକୁ ଫିଟ୍‌ ରଖିଥାଏ ଏବଂ ମୋଟାପା ହ୍ରାସ ହୋଇଥାଏ।
  • ଅଧା କପ୍‌ ଗ୍ରୀନ୍‌ ମଟରରୁ ପ୍ରାୟ ୪ ଗ୍ରାମ୍‌ ପ୍ରୋଟିନ୍‌ ମିଳିଥାଏ। ପ୍ରୋଟିନ୍‌ ସହିତ ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌ ‘ଏ’, ‘କେ’ ଓ ‘ସି’ ରହିଛି, ଯାହାକି ମାଂସପେଶୀକୁ ଦୃଢ଼ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗ୍ରୀନ୍‌ ମଟର ସ୍ବାସ୍ଥ୍ୟପ୍ରଦ। ଏହା ରକ୍ତରେ ସର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଗ୍ଲାଇସେମିକ୍‌ ଇଣ୍ଡେକ୍ସ କମ୍ ଥିବାରୁ ଡାଇବେଟିସ୍‌ ହେବାର ଆଶଙ୍କାକୁ କମ୍‌ କରେ।
  • ଗ୍ରୀନ୍‌ ମଟରରେ ଥିବା ଲେକ୍ଟିନ୍‌ ପେଟର ଗ୍ୟାସ୍‌ ସମସ୍ୟା ଦୂର କରୁଥିବାବେଳେ ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
  • ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରୀନ୍‌ ମଟରରେ ଥିବା ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମ୍‌ ବେଶ୍‌ ଲାଭଦାୟକ।
  • ଏଥିରେ ଥିବା ଫାଇବର୍‌ କୋଲେଷ୍ଟ୍ରଲ୍‌ ସମସ୍ୟା ଦୂର କରି ଉଚ୍ଚ ରକ୍ତଚାପ ସମସ୍ୟାରେ ଲାଭଦାୟକ ହୋଇଥାଏ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ହୃଦ୍‌ରୋଗ ପାଇଁ ସହାୟକ ହୋଇଥାଏ।
Leave A Reply

Your email address will not be published.